ETV Bharat / state

ଛାତ୍ରୀଙ୍କୁ ମାଡ ମାରି ନିଲମ୍ବିତ ହେଲେ ଶିକ୍ଷକ - ଜଗତସିଂହପୁର ଇନ୍ଦ୍ରମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ନ୍ୟୁଜ

ଜଗତସିଂହପୁର ଇନ୍ଦ୍ରମଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ମାଡରେ ଛାତ୍ରୀଙ୍କ ହାତ ଭାଙ୍ଗିଥିବା ଅଭିଯୋଗ । ଚିକିତ୍ସା ପାଇଁ ଶିକ୍ଷକ ଅର୍ଥରାଶି ଭରନ୍ତୁ ବୋଲି ଗ୍ରାମବାସୀଙ୍କ ଦାବି । ଅଧିକ ପଢନ୍ତୁ

ସାରଙ୍କ ମାଡରେ ଛାତ୍ରୀଙ୍କ ହାତ ଭାଙ୍ଗିଲା, ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷାଧିକାରୀ

author img

By

Published : May 13, 2022, 10:04 PM IST

Updated : May 14, 2022, 2:46 PM IST

ଜଗତସିଂହପୁର: ଜିଲ୍ଲା ବିରିଡି ବ୍ଲକ ଅରଣା ଗ୍ରାମରେ ଥିବା ଇନ୍ଦ୍ରମଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ମାଡରେ ଛାତ୍ରୀଙ୍କ ହାତ ଭାଙ୍ଗିଥିବା ଅଭିଯୋଗ । ଚିକିତ୍ସା ପାଇଁ ସାର ଅର୍ଥରାଶି ଭରନ୍ତୁ ବୋଲି ଗ୍ରାମବାସୀଙ୍କ ଦାବି । ସେପଟେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଲେ ଜିଲ୍ଲା ଶିକ୍ଷାଧିକାରୀ ।

ସାରଙ୍କ ମାଡରେ ଛାତ୍ରୀଙ୍କ ହାତ ଭାଙ୍ଗିଲା, ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷାଧିକାରୀ

ଖବର ଅନୁଯାୟୀ, ଇନ୍ଦ୍ରମଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଜଗନ୍ନାଥ ସାହୁ ନାମକ ଶିକ୍ଷକ ଏକ ବାଡ଼ିରେ ବାଡେଇଥିଲେ । ଫଳରେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଥିଲା । ଯନ୍ତ୍ରଣା ହେବାରୁ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ପ୍ରଥମେ ରଘୁନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ମାତ୍ର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ । ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଲୋକେ ଶିକ୍ଷକଙ୍କୁ ଘେରିବା ସହ ଚିକିତ୍ସା ଖର୍ଚ୍ଚ ଶିକ୍ଷକ ବହନ କରନ୍ତୁ ବୋଲି ଦାବି କରିଥିଲେ । ସେପଟେ ମାମଲାକୁ ରଫାଦଫା କରିବା ପାଇଁ ଛାତ୍ରୀର ପରିବାର ଲୋକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଅଭିଯୁକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା କହିଛନ୍ତି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 14, 2022, 2:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.