ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ମହାସଂଘର ସଂଯୋଜକ ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ନେତୃତ୍ବରେ ମହାସଂଘର ବହୁ କର୍ମକର୍ତ୍ତା ଏହି ଧାରଣାରେ ଯୋଗଦେଇ ସାମାଜିକ ଦୂରତା ବଜାୟ ରଖି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ ।
ସରକାର ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରୁଥିବାବେଳେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ପାଇଁ କୌଣସି ଯୋଜନା ପ୍ରସ୍ତୁତ କରୁ ନ ଥିବାରୁ ମହାସଙ୍ଘର କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଆଗାମୀ ଦିନରେ ସରକାର ଯଦି ଏହି ବର୍ଗର ଲୋକଙ୍କ ପାଇଁ କିଛି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ ନ କରନ୍ତି ତେବେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ମହାସଂଘର ସଂଯୋଜକ ପ୍ରଦୀପ୍ତ କୁମାର ସ୍ବାଇଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ