ETV Bharat / state

ପୁଣି ପାରାଦ୍ୱୀପରେ ଏସଟିଏଫର ଚଢ଼ାଉ

author img

By

Published : Jun 27, 2021, 6:15 PM IST

ପାରାଦ୍ବୀପରେ ରବିବାର ପୁଣି ଚଢ଼ାଉ କରିଛି ଏସଟିଏଫ ଟିମ୍ । ପାରାଦ୍ବୀପ ବନ୍ଦର ଓ ଅନ୍ୟ କେତେକ କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଠକୁଥିବା ୨ଜଣଙ୍କୁ ଗିରଫ କରିଥିବାବେଳେ ପୂର୍ବରୁ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରି ସାରିଛି ଏସଟିଏଫ୍। ଅଧିକ ପଢନ୍ତୁ...

ପୁଣି ପାରାଦ୍ୱୀପରେ ଏସଟିଏଫର ଚଢ଼ାଉ
ପୁଣି ପାରାଦ୍ୱୀପରେ ଏସଟିଏଫର ଚଢ଼ାଉ

ଜଗସିଂହପୁର: ପାରାଦ୍ବୀପରେ ରବିବାର ପୁଣି ଚଢ଼ାଉ କରିଛି ଏସଟିଏଫ ଟିମ୍। ପାରାଦ୍ବୀପ ବନ୍ଦର ଓ ଅନ୍ୟ କେତେକ କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଠକୁଥିବା ୨ଜଣଙ୍କୁ ଗିରଫ କରିଥିବାବେଳେ ପୂର୍ବରୁ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିସାରିଛି ଏସଟିଏଫ୍।

ପୁଣି ପାରାଦ୍ୱୀପରେ ଏସଟିଏଫର ଚଢ଼ାଉ

ସୂଚନା ଅନୁଯାୟୀ, ୨୦୧୮ରେ ପାରାଦ୍ବୀପ ବନ୍ଦର ଓ ଅନ୍ୟ ଘରୋଇ କମ୍ପାନୀରେ ଚାକିରୀ କରାଇ ଦେବା ନାଁରେ ଏକାଧିକ ଲୋକଙ୍କ ପାଖରୁ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଅର୍ଥ ଫେରସ୍ତ ମାଗିଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିଲା ବୋଲି ପାରାଦ୍ବୀପ ଆଦର୍ଶ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ଘଟଣାର ତଦନ୍ତ କରି ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ (ଏସଟିଏଫ) ଶନିବାର ରାତିରେ ଅଭିନାଶ ରାଉତ ଓ ଆଶୁତୋଷ ସ୍ବାଇଁ ନାମକ ସମ୍ପୃକ୍ତ ଦୁଇଜଣକୁ ଗିରଫ କରି କୁଜଙ୍ଗ କୋର୍ଟକୁ ଚାଲାଣ କରିଥିବାବେଳେ ରବିବାର ପୁଣି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଶନିବାର ଗିରଫ ହୋଇଥିବା ଦୁହିଁଙ୍କର ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କୁଜଙ୍ଗ ସମାଗୋଳ ଜେଲକୁ ପଠାଯାଇଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆହୁରି ଏକାଧିକ ସମ୍ପୃକ୍ତ ଥିବା ଜଣାପଡିଛି । କାହାକୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.