ETV Bharat / state

ସିଦ୍ଧ ବାରଙ୍ଗ ପୀଠରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ - ଶ୍ରୀକ୍ଷେତ୍ର ମହୋତ୍ସବ ପାଳି

ଜଗତସିଂହପୁରରେ ସିଦ୍ଧ ବାରଙ୍ଗ ପୀଠରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ । ହଜାର ହଜାର ଶ୍ରଦ୍ଧାଳୁ ଉତ୍ସବରେ ଯୋଗ ଦେଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଅଧିକ ପଢ଼ନ୍ତୁ

srikhetra  mahotsav at siddha baranga pitha in jagatsinghpur
ସିଦ୍ଧ ବାରଙ୍ଗ ପୀଠରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ
author img

By

Published : Dec 7, 2022, 11:57 AM IST

ଜଗତସିଂହପୁର: ସହର ଉପକଣ୍ଠ ସିଦ୍ଧ ବାରଙ୍ଗ ପୀଠରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏହି ଦିନରେ ହଜାର ହଜାର ଶ୍ରଦ୍ଧାଳୁ ନିଜେ ରୋଷେଇ କରି ମହାପ୍ରଭୁଙ୍କୁ ଅର୍ପଣ କରିଥାନ୍ତି । ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମ ଧନ୍ୟ କଳାକାରମାନେ ଭଜନ ପରିବେଷଣ କରିଥିଲେ ।

ସିଦ୍ଧ ବାରଙ୍ଗ ପୀଠରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ

ଲୋକ କଥା ଅନୁସାରେ, ପଞ୍ଚସଖା ଯୁଗର ଅନ୍ୟତମ ସାଧକ ସିଦ୍ଧ ବାରଙ୍ଗ ମହାପ୍ରଭୁଙ୍କ ପରମ ଭକ୍ତ ଥିଲେ । ସେ ଯୋଗ ବଳରେ ପ୍ରତ୍ୟେକ ଦିନ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିଲେ । ଦିନେ ସିଦ୍ଧ ବାରଙ୍ଗ ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରି ନଥିଲେ । ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନ ପାଇବାରୁ ସେଦିନ ସେ ଜଳ ସ୍ପର୍ଶ କଲେନାହିଁ । ଫଳରେ ମହାପ୍ରଭୁ ନିଜେ ଆସି ଏହିଠାରେ ବାରଙ୍ଗଙ୍କୁ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ଉକ୍ତ ପୀଠରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇ ଆସୁଛି ।

ପ୍ରତ୍ୟେକ ବର୍ଷ ଏହି ଦିନରେ ହଜାର ହଜାର ଶ୍ରଦ୍ଧାଳୁ ନିଜେ ରୋଷେଇ କରି ମହାପ୍ରଭୁଙ୍କୁ ଅର୍ପଣ କରିଥାନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରସାଦ ସେବନ କରିବାର ବିଧି ରହିଛି । ଅନ୍ୟପଟେ ଶ୍ରୀକ୍ଷେତ୍ର ମହୋତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.