ଜଗତସିଂହପୁର : ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି ( ଶନିବାର) ମନ୍ତ୍ରୀ ସର୍କିଟ ହାଉସରେ ପହଞ୍ଚି ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଆଲୋଚନା କରିବା ସହ କ୍ରୀଡାର ଭିତ୍ତିଭୂମି ବିକାଶ ଉପରେ ସମୀକ୍ଷା କରିଥିଲେ । ସହରରେ ଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ 314 ବ୍ଲକ ଓ 149ଟି ସହର ପାଇଁ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। 1994 ମସିହାରେ ଉଦଘାଟିତ ହୋଇଥିବା ଏହି ଷ୍ଟାଡିୟମର ଭିତ୍ତିଭୂମି ବିକାଶରେ ଅଗ୍ରଗତି ହୋଇ ପାରି ନଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।
ସେହିପରି ଜିଲ୍ଲା ସଦର ମହକୁମାରେ 16 ଏକର ବିଶିଷ୍ଟ ଜମିରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରାଯିବ। ଏଥିରେ ଇଣ୍ଟି ଗ୍ରେଟେଡ ସ୍ପୋଟ୍ସ, କମ୍ପ୍ଲେକ୍ସ, ସୁଇମ ପୁଲ, ଫୁଟବଲ ,ହକି, ଆଥେଲାଟିକ୍ସି, ଭଲିବଲ ଓ ବାସ୍କେଟ ବଲ ଖେଳ ପାଇଁ ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀ କହିଥିଲେ। ଜିଲ୍ଲାପାଳ ତୁରନ୍ତ ଜମି ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ