ETV Bharat / state

ବସନ୍ତ ପଞ୍ଚମୀରେ ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତି - ଜଗତସିଂହପୁର ଖବର

ମା’ ଶାରଳାଙ୍କ ମନ୍ଦିରରେ ବସନ୍ତ ପଞ୍ଚମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏ ଅବସରରେ ମାଙ୍କୁ ମହାସ୍ନାନ ପରେ ମହାସରସ୍ୱତୀ ବେଶରେ ସଜ୍ଜିତ କରାଯାଇଥିଲା। ଅଧିକ ପଢନ୍ତୁ

ଆଜି ବସନ୍ତ ପଞ୍ଚମୀ: ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତି

author img

By

Published : Feb 5, 2022, 7:15 PM IST

ଜଗତସିଂହପୁର: ଇଷ୍ଟଦେବୀ ମା’ ଶାରଳାଙ୍କ ମନ୍ଦିରରେ ବସନ୍ତ ପଞ୍ଚମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏ ଅବସରରେ ମା’ଙ୍କୁ ମହାସ୍ନାନ ପରେ ମହାସରସ୍ୱତୀ ବେଶରେ ସଜ୍ଜିତ କରାଯାଇଥିଲା। ବସନ୍ତର ଆଗମନ ହେତୁ ମା’ଙ୍କୁ ସୁବର୍ଣ୍ଣ ଥାଳିରେ ନାଲି ଅଭିର ଓ ଆମ୍ବବଉଳକୁ ବଡ଼ପଣ୍ଡା ଅର୍ପଣ କରିବାର ବିଧି ରହିଛି।

ଆଜି ବସନ୍ତ ପଞ୍ଚମୀ: ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତି

ଏହାବି ପଢନ୍ତୁ : ଆଜି ସରସ୍ବତୀ ପୂଜା, ଶିକ୍ଷାନୁଷ୍ଠାନରେ ବାଗଦେବୀଙ୍କ ଚାଲିଛି ଆରଧନା

ଏହି ନୀତି ସନ୍ଧ୍ୟାରେ ସମାପନ ହେବ। ତେବେ ମା’ ଶାରଳା ସରସ୍ଵତୀଙ୍କ ଅନ୍ୟ ଏକ ରୂପ ବୋଲି କୁହାଯାଏ । ବସନ୍ତ ପଞ୍ଚମୀରେ ମାଙ୍କୁ ରାଶିଲଡୁ ଭୋଗ ଲଗାଇବାର ମଧ୍ୟ ପରମ୍ପରା ରହିଛି। ଆଜିଠାରୁ ଆସନ୍ତା ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ମା’ଙ୍କ ନିକଟରେ ଫଗୁ ଲାଗି କରିବାର ବିଧି ରହି ଆସିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.