ETV Bharat / state

ଜଗତସିଂହପୁର ନବାପାଟଣାରେ ନିଆରା ଲକ୍ଷ୍ମୀପୂଜା, ସାମିଲ ହୁଅନ୍ତି ମୁସଲମାନ ଶ୍ରଦ୍ଧାଳୁ

author img

By

Published : Oct 16, 2022, 8:37 PM IST

ଜଗତସିଂହପୁର ଜିଲ୍ଲାରେ ଖୁବ ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ନବାପାଟଣା ଗ୍ରାମରେ 18ଟି ସ୍ଥାନରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି, ଏଠାକୁ ଶ୍ରୀକ୍ଷେତ୍ରରୁ 7ଦିନ ପାଇଁ ମା' ଲକ୍ଷ୍ମୀ ଆସନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି । । ଅଧିକ ପଢନ୍ତୁ

ଭାଇଚାରା ଓ ପରମ୍ପରାର ବାର୍ତ୍ତାବହ ନବାପାଟଣା
ଭାଇଚାରା ଓ ପରମ୍ପରାର ବାର୍ତ୍ତାବହ ନବାପାଟଣା

ଜଗତସିଂହପୁର: ଧରାପୃଷ୍ଠରେ ଧନଲକ୍ଷ୍ମୀ, ମା' ଲକ୍ଷ୍ମୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଜଗତସିଂହପୁର । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣରେ ଝଲସି ଉଠୁଛି ସହର । ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା' । ମନ୍ତ୍ର ଧ୍ବନି ସାଙ୍ଗକୁ ଶଙ୍ଖ ନାଦରେ କମ୍ପି ଉଠୁଛି ପୂଜା ମଣ୍ଡପ । ଜିଲ୍ଲାର ନବାପାଟଣା ଗ୍ରାମରେ 18ଟି ସ୍ଥାନରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି, ଗ୍ରାମରେ ଲକ୍ଷ୍ମୀପୂଜା ଆରମ୍ଭ ହେବା ନେଇ କିମ୍ବଦନ୍ତୀ ମଧ୍ୟ ରହିଛି ।

ଜଗତସିଂହପୁର ନବାପାଟଣାରେ ନିଆରା ଲକ୍ଷ୍ମୀପୂଜା, ସାମିଲ ହୁଅନ୍ତି ମୁସଲମାନ ଶ୍ରଦ୍ଧାଳୁ

କୁହାଯାଏ 100 ବର୍ଷ ପୂର୍ବେ ଏହି ଗ୍ରାମରେ ହଇଜା ବ୍ୟାପିବାରୁ ବହୁ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଗ୍ରାମର ଧୁନ ଦାସ ନାମକ ଜଣେ ବ୍ୟକ୍ତି କୁମାର ପୂର୍ଣ୍ଣିମାରେ ମା' ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଗାଁ ହଇଜା ମୁକ୍ତ ହୋଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ ଗ୍ରାମବାସୀମାନେ ମା'ଙ୍କୁ ପୂଜା କରିଆସୁଛନ୍ତି ।

ଲୋକକଥା ଅନୁସାରେ ଏହି ଗ୍ରାମର ଜଣେ ଜମିଦାର ଥିଲେ । ପ୍ରଜାମାନଙ୍କ ଠାରୁ କର ଆଦାୟ କରିବାକୁ ଯାଇ ଅତ୍ୟାଚାର କରିବାକୁ ଲାଗିଲେ । ଏହାଦେଖି ମା'ଲଷ୍ମୀ ଅସନ୍ତୁଷ୍ଟ ହୋଇ ଜମିଦାରର ପତ୍ନୀଙ୍କ ସ୍ୱପ୍ନରେ ଆସି ଜମିଦାରଙ୍କୁ ଅନ୍ୟାୟ କାର୍ଯ୍ୟରୁ ବିରତ ରହିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ଜମିଦାର ଏହା ନଶୁଣିବାରୁ ମା' ଲକ୍ଷ୍ମୀ ସେହି ଗାଁ ଛାଡି ଚାଲିଯିବାକୁ ବସିଥିଲେ । କିନ୍ତୁ ଜମିଦାରର ପତ୍ନୀ ମା'ଙ୍କୁ କହିଥିଲେ ଯେ ମୁଁ ସ୍ନାନ କରିବା ପାଇଁ ଯାଉଛି, ଆସିବା ପରେ ତୁମକୁ ପୂଜା କରିବି । ଏହାପରେ କନ୍ତୁ ଜମିଦାରଙ୍କ ପତ୍ନୀ ଆଉ ଫେରିନଥିଲେ । ମା' ଲକ୍ଷ୍ମୀ ଗାଁ ଛାଡି ଚାଲିଯିବାର ଭୟରେ ଜମିଦାରର ପତ୍ନୀ ଜଳରେ ଝାସ ଦେଇଥିଲେ । ସେହିଦିନ ଠାରୁ ମା' ଲକ୍ଷ୍ମୀ ଜମିଦାରର ପତ୍ନୀଙ୍କୁ ଅପେକ୍ଷା କରି ଏଠାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ଘଣ୍ଟଘଣ୍ଟାରେ କମ୍ପୁଛି କେନ୍ଦ୍ରାପଡା

ଚଳିତ ବର୍ଷ ଜଗତସିଂହପୁରର ନବାପଟଣା ଗ୍ରାମରେ 7ଦିନ ଧରି ଗ୍ରାମବାସୀ ଆନନ୍ଦ ଉଲ୍ଲାସରେ ମାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଏହି ଗ୍ରାମରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ବ୍ୟକ୍ତି ଲକ୍ଷ୍ମୀ ପୂଜାରେ ସାମିଲ ହୁଅନ୍ତି । ସାତଦିନର ଏହି ଯାତ୍ରାରେ ଜଗତସିଂହପୁର ଜିଲ୍ଲାକୁ କେନ୍ଦ୍ରାପଡା ଓ କଟକରୁ ହଜାର ହଜାର ଲୋକେ ସମାଗମ ହୋଇଥାଏ । ଶ୍ରୀକ୍ଷେତ୍ରରୁ 7ଦିନ ପାଇଁ ମା' ଲକ୍ଷ୍ମୀ ଏଠାକୁ ଆସନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି । ଏହି ଗ୍ରାମର 18ଟି ସ୍ଥାନରେ ମା'ଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବାବେଳେ ମନ୍ତ୍ର ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆଖି ଝଲସିଲା ଭଳି ସାଜସଜ୍ଜା ଲୋକଙ୍କୁ ବେଶ ଆକର୍ଷିତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.