ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଗ୍ରାମରେ ଘଟିଥିବା ଯୁବକଙ୍କ ହତ୍ୟା ଘଟଣାକୁ ନେଇ ଏସପି ଅଫିସ ଘେରାଉ । କଟରା ଗ୍ରାମବାସୀ ବୁଧବାର ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜଙ୍କୁ ଭେଟିବା ସହ ଏସପି ଅଫିସ ଘେରାଉ କରିଥିଲେ।
ରାଜନୈତିକ ଚାପରେ ତିର୍ତ୍ତୋଲ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ ବୋଲି ଏସପିଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହତ୍ୟା ଅଭିଯୁକ୍ତ ମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଥିଲେ ମଧ୍ୟ ପୋଲିସ କାହିଁକି ସେମାନଙ୍କୁ ଗିରଫ କରୁନାହିଁ ବୋଲି ଏସପିଙ୍କୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ।
ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି । ସୂଚନାଯୋଗ୍ୟ ଯେ ଗତ 24 ତାରିଖ ରାତିରେ ସେହି ଗ୍ରାମର ଜୈନିକ ଯୁବକଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ପରେ ମୃତଦେହକୁ ଏକ ପୋଖରୀକୁ ଫିଙ୍ଗି ଦେଇଥିଲେ ଦୁର୍ବୁତ୍ତ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ