ETV Bharat / state

କୋରୋନାର କଳା ନଜରରେ ମୂର୍ତ୍ତି ବ୍ୟବସାୟ, ବୁଡିବାକୁ ବସିଲାଣି ବେଉସା - କୋରୋନା

ଦୁଇ ବର୍ଷ ହେବ ବିଭିନ୍ନ ମୂର୍ତ୍ତି କାରିଗର ଦୁଃଖରେ ଦିନ କାଟୁଛନ୍ତି । ସେମାନଙ୍କ ବ୍ୟବସାୟକୁ କୋରୋନାର କଳା ନଜର ଲାଗିଯାଇଛି । ମୂର୍ତ୍ତିର ବିକ୍ରି ନଥିବାରୁ ବ୍ୟବସାୟ ମାନ୍ଦା ହୋଇଛି । ଅଧିକ ପଢନ୍ତୁ...

କୋରୋନା କଳା ନଜରରେ ମୂର୍ତ୍ତି ବ୍ୟବସାୟ, ବୁଡିବାକୁ ବସିଲାଣି ବେଉସା

author img

By

Published : Sep 9, 2021, 9:01 AM IST

ଜଗତସିଂହପୁର: ଦିନକ ପରେ ଗଣେଶ ଚତୁର୍ଥୀ । ବିକ୍ରି ହେଉନି ମାଟି ମୂର୍ତ୍ତି। ଯାହାକୁ ନେଇ ଚିନ୍ତାରେ କାରିଗର। ଖାଲି ଗଣେଶ ନୁହେଁ ଏବେଠୁ ଆରମ୍ଭ ହୋବାକୁ ଯାଉଛି ପାର୍ବଣ ଋତୁ । ହେଲେ ଦୁଇ ବର୍ଷ ହେବ ବିଭିନ୍ନ ମୂର୍ତ୍ତି କାରିଗର ଦୁଃଖରେ ଦିନ କାଟୁଛନ୍ତି । ସେମାନଙ୍କ ବ୍ୟବସାୟକୁ କୋରୋନାର କଳା ନଜର ଲାଗିଯାଇଛି । ମୂର୍ତ୍ତିର ବିକ୍ରି ନଥିବାରୁ ବ୍ୟବସାୟ ମାନ୍ଦା ହୋଇଛି । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ମୂର୍ତ୍ତି କାରିଗରଙ୍କ ଅବସ୍ଥା ନ କହିବା ଭଲ । ସେହିପରି ଜଗତସିଂହପୁର ଜିଲ୍ଲାର ମୂର୍ତ୍ତି କାରିଗରମାନଙ୍କ ବେଉସା ଏବେ ବୁଡିବାକୁ ବସିଲାଣି ।

କୋରୋନା କଳା ନଜରରେ ମୂର୍ତ୍ତି ବ୍ୟବସାୟ, ବୁଡିବାକୁ ବସିଲାଣି ବେଉସା

ଜଗତସିଂହପୁର ସହର ଉପକଣ୍ଠ କୁମ୍ଭାର ମଠ ସାହିର 20 ପରିବାର ବିଭିନ୍ନ ପୂଜା ପାର୍ବଣ ସମୟରେ ମୂର୍ତ୍ତି ତିଆରି କରନ୍ତି । ସେଇଥିରୁ ଯାହା ରୋଜଗାର ହୁଏ ସେମାନଙ୍କ ଗୁଜୁରାଣ ମେଣ୍ଟେ । ହେଲେ କୋରୋନା ସେମାନଙ୍କ ହାତ ବାନ୍ଧି ଦେଇଛି । ଅନେକ ଯୁବ କାରିଗର ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ପୂଜା ବଜାର ମଧ୍ୟ କୋରୋନା ମାଡ଼ରେ ହତାଶ ମୂର୍ତ୍ତି କରିଗର । କାରିଗରଙ୍କ ହାତରେ ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରାଯାଉବାରୁ ରାଜ୍ୟ ବାହାରୁ ସେମାନଙ୍କ ମୂର୍ତ୍ତି ଯାଏ । ହେଲେ କୋରୋନା ପାଇଁ ମୂର୍ତ୍ତି ବିକ୍ରି ନ ହେବାରୁ ତିଆରି କରିବାରେ ମଧ୍ୟ ଆଉ ମନ ଦେଉନାହାନ୍ତି କାରିଗର । ଆଉ ଯେଉଁ ଗୋଟିଏ ଦୁଇଟି ପରିଶ୍ରମ କରି ତିଆରି କରୁଛନ୍ତି ତାହା ବିକ୍ରି ନ ହୋଇ ପଡି ରହିଛି ।

ପୂଜା ପାର୍ବଣରେ କଟକଣା କାରିଗରଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି । ପରିବାର ଚଳାଇବା ଚିନ୍ତାରେ ମୂର୍ତ୍ତି କରିଗର । ଏ ଦିଗରେ ସରକାରଙ୍କ ସହାୟତ ଲୋଡିଛନ୍ତି କାରିଗର । ଯଦି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଏମାନେ ବେଶ ଖୁସିରେ ଚଳିପାରନ୍ତେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.