ETV Bharat / state

ଜଗତସିଂହପୁର ନିରାଡମ୍ବରରେ ପାଳିତ ହେଲା ସ୍ନାନଯାତ୍ରା

ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବରେ ସ୍ନାନଯାତ୍ରା ପାଳିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 5, 2020, 10:01 PM IST

snana yatra celebrate in jagatshingpur
ଜଗତସିଂହପୁର ନିରାଡମ୍ବରରେ ପାଳିତ ହେଲା ସ୍ନାନଯାତ୍ରା

ଜଗତସିଂହପୁର: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା । ଚତୁର୍ଦ୍ଧା ମୂର୍ତ୍ତି ସୁବାସିତ ଜଳରେ ସ୍ନାନ କରିଛନ୍ତି । ଲକଡାଉନ ଚାଲିଥିବାରୁ ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି ।

ବିଶେଷକରି ସିଦ୍ଧବଳଦେବ ଜୀଉ ମନ୍ଦିର, ସୁଭଦ୍ରା କ୍ଷେତ୍ରଗଡ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଧ୍ୟାନକୁଦ ଜଗନ୍ନାଥଙ୍କ ମନ୍ଦିର ଓ ସମଗ୍ର ପୁରପଲ୍ଲୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ବିନା ଭକ୍ତରେ ପାଳିତ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ଭିଡକୁ ରୋକିବା ପାଇଁ 144 ଜାରି କରାଯାଇଥିଲା । ଅପରାହ୍ନରେ ପହଣ୍ଡି, ମହାସ୍ନାନ ପରେ ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ। । ଅନ୍ୟପକ୍ଷରେ ଚଳିତ ବର୍ଷ କୋରୋନା ପାଇଁ ଠାକୁର ରାଜା ଭାବେ ଜିଲ୍ଲାପାଳ ସିଦ୍ଧ ବଳଦେବ ଜୀଉ ମନ୍ଦିରରେ ସେବା କାର୍ଯ୍ୟ କରିନଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.