ETV Bharat / state

ବିରଳ ଋଷିଆନ ପକ୍ଷୀ ଉଦ୍ଧାର - ଋଷିଆ

ଜଗତସିଂହପୁର ଜିଲା ବିରିଡି ବ୍ଲକ ଅଞ୍ଚଳରୁ ଏକ ବିଦେଶୀ ପକ୍ଷୀକୁ ବନ ବିଭାଗ ଉଦ୍ଧାର କରିଛି । ପକ୍ଷୀଟି ଋଷିଆରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ପକ୍ଷୀ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Aug 25, 2019, 2:50 PM IST

ଜଗତସିଂହପୁର: ବିରିଡି ବ୍ଲକରୁ ଏକ ବିଦେଶୀ ପକ୍ଷୀ ଉଦ୍ଧାର । ପକ୍ଷୀଟି ଋଷିଆରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ପକ୍ଷୀ ବୋଲି ଜଣାପଡିଛି । ରବିବାର ସକାଳୁ ପକ୍ଷୀଟି ଉଦ୍ଧାର ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନା ଅନୁଯାୟୀ, ରବିବାର ସକାଳେ ପକ୍ଷୀଟିକୁ କାଉ ଗୋଡାଉଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ଜଗତସିଂହପୁର: ବିରିଡି ବ୍ଲକରୁ ଏକ ବିଦେଶୀ ପକ୍ଷୀ ଉଦ୍ଧାର । ପକ୍ଷୀଟି ଋଷିଆରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ପକ୍ଷୀ ବୋଲି ଜଣାପଡିଛି । ରବିବାର ସକାଳୁ ପକ୍ଷୀଟି ଉଦ୍ଧାର ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସୂଚନା ଅନୁଯାୟୀ, ରବିବାର ସକାଳେ ପକ୍ଷୀଟିକୁ କାଉ ଗୋଡାଉଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:25.08.2019
Radhakanta Mohanty,Kendrapada
Slug-od_kpr_01_jio tube_script_7204459
Anchor-କେନ୍ଦ୍ରାପଡ଼ା ରାଜନଗର ବ୍ଲକର ପେଣ୍ଠ ନିକଟରେ ସମୁଦ୍ର କୁଳ ଲଙ୍ଘୁ ଥିବାରୁ ସରକାର କୁଳ କ୍ଷୟକୁ ରୋକିବା ପାଇଁ ଏଠାରେ ୩୩ କୋଟି ଟଙ୍କା ବ୍ୟୟରେ ଜିଓ ସିଂଥେଟିକ ୱାଲ ପ୍ରକଳ୍ପ ନିର୍ମାଣ କରିଥିଲେ । ଯାହା ସମୁଦ୍ର ମୁହଁରୁ ରାଜନଗର ବ୍ଲକର ଅନ୍ୟୁନ ୧୫ଟି ପଞ୍ଚାୟତର ୫୪ଟି ଗାଁକୁ ସୁରକ୍ଷା କବଚ ହୋଇଥିଲା ।ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ରାଜନଗର ବ୍ଲକର ପେଣ୍ଠ ଠାରେ ଥିବା ଜିଓ ଟିଉବ ପ୍ରକଳ୍ପରେ ନିଆଁ ଲଗାଇ ଦେଇଛି । ଫଳରେ ଜିଓ ଟିଉବକୁ ସୁରକ୍ଷା ଦେଉଥିବା ସିନ୍ଥେଟିକ ଜାଲ ପଥର ବ୍ୟାଗର ଦଉଡି ପୋଡି ଯାଇଛି । ଜାଲ ଦଉଡି ପୋଡି ଯାଇଥିବାରୁ ଜାଲ ମଧ୍ୟରୁ ସମୁଦ୍ର ଲହଡିରେ ପଥର ବାହାରି ଯିବାରେ ଲାଗିଛି । ଯାହା ଜିଓ ଟିଉବ ପ୍ରକଳ୍ପ ଭୁଷୁଡି ପଡିବାର ଭୟ ସୃଷ୍ଟି କରିଛି।ସ୍ଥାନୀୟ ଜନ ସାଧାରଣ ବାଲି ପକାଇ ନିଆଁକୁ ଆୟତ କରିବାକୁ ବିଫଳ ହୋଇ ଅଗ୍ନି ଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ରାଜନଗର ବ୍ଲକର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ପ୍ରାୟ ଦଶ ମିଟର ଲମ୍ବରେ ସିନ୍ଥେଟିକ ଜାଲ ପଥର ବ୍ୟାଗ ପୋଡି ଯାଇଥିବା ଦେଖା ଯାଉଛି । ଭିତରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣା ପଡି ପାରିନି ।କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ପେଣ୍ଠ ସମୁଦ୍ର କୁଳରେ ଥିବା ବିରଳ ଜିଓ ଟିଉବରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି । ଜାଲ ବ୍ୟାଗ ଗୁଡିକ ପୋଡି ଯାଇଥିବାରୁ ଏହି ସିନ୍ଥେଟିକ ଜାଲ ଦଉଡି ବାଟ ଦେଇ ଜାଲ ବ୍ୟାଗ ପଛପାଖରେ ରହିଥିବା ସିନ୍ଥେଟିକ ଜିଓ ଟିଉବକୁ ଏହି ନିଆଁ କ୍ଷତି ଘଟାଇ ଥାଇପାରେ ବୋଲି ସନ୍ଦେହ ଦୃଢ ହେବାରେ ଲାଗିଛି । କାରଣ ଜାଲ ବ୍ୟାଗ ପଥରର ବହୁ ଭିତରେ ଏହି ଜିଓ ଟିଉବ ରହିଛି । ଯାହା ଦେଖି ହେଉ ନାହିଁ । ଯଦି ଏହି ଜାଲ ବ୍ୟାଗ ପଥର ପଛରେ ଦିଆଯାଇଥିବା ଜିଓ ଟିଉବକୁ ନିଆଁ ଲାଗିଥିବ ତେବେ ଜିଓ ଟିଉବ ମଧ୍ୟରେ ରହିଥିବା ବାଲି ସମୁଦ୍ର ଲହଡିରେ ଧୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଏହି ଜିଓ ଟିଉବ ପ୍ରକଳ୍ପ ପ୍ରତି ବିପଦ ଦେଖା ଦେଇଛି ।ବିଭାଗିୟ ଯନ୍ତ୍ରୀ ମାନେ ଏହାର ତଦନ୍ତ କଲେ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସିନ୍ଥେଟିକ ଜାଲ ବ୍ୟାଗର ଏହି ପଥର ବନ୍ଧ ବହୁ ଅଶାମାଜିକ ଲୋକ ମାନଙ୍କ ଆଡ୍ଡା ସ୍ଥଳି ହୋଇଥିବାରୁ କେହି ଦୁଷ୍ଟ ବୁଦ୍ଧି ଏହି ସିନ୍ଥେଟିକ ଜାଲ ପଥର ବ୍ୟାଗରେ ଗତ କାଲି ରାତିରୁ ନିଆଁ ଲଗାଇ ଦେଇଥିବା ଆଶଙ୍କା କରିଛନ୍ତି ପେଣ୍ଠ ଗ୍ରାମବାସୀ ମାନେ । ତୁରନ୍ତ ଉଚ୍ଚ ଶକ୍ତି ସମ୍ପନ୍ନ ଯାନ୍ତ୍ରିକ ଦଳ ଏହି ଘଟଣାରେ ତଦନ୍ତ କରି ଆବଶ୍ୟକିୟ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ଘଟଣା ସ୍ଥଳରେ ଆଳି ତଟବନ୍ଧ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।ଏହି ଅଗ୍ନିକାଣ୍ଡ ଫଳରେ ସମୁଦ୍ର କୁଳ କ୍ଷୟକୁ ସୁରକ୍ଷା ଦେବାକୁ ବ୍ୟବହୃତ ହୋଇଥିବା ଅତ୍ୟାଧୁନିକ ଜିଓ ଟିଉବ ପୋଡି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି । ସିନ୍ଥେଟିକ ଦଉଡିରେ ତିଆରି ଜାଲ ବ୍ୟାଗ ଗୁଡିକ ପୋଡି ଯାଇଛି । ଫଳରେ ଏହି ଜାଲ ବ୍ୟାଗ ଭିତରୁ ପଥର ଖଣ୍ଡ ଗୁଡିକ ବାହାରି ପଡିଛି ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.