ETV Bharat / state

ଅଢଙ୍ଗ ଗଡ଼ରେ ଶ୍ରୀକ୍ଷେତ୍ର ମହୋତ୍ସବ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ - ଜଗତସିଂହପୁରରେ ଶ୍ରୀକ୍ଷେତ୍ର ମହୋତ୍ସବ

Shreekhetra Mahotsav in Jagatsinghpur: ଶ୍ରୀ ଯସବନ୍ତ ଦାସଙ୍କ ମହା ପ୍ରୟାଣ ତିଥି ଓଢର୍ଣ୍ଣ ଷଷ୍ଠୀରେ ଅଢଙ୍ଗ ଗଡ଼ରେ ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇ ଆସୁଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଅଧିକ ପଢ଼ନ୍ତୁ

ଶ୍ରୀକ୍ଷେତ୍ର ମହୋତ୍ସବ
ଶ୍ରୀକ୍ଷେତ୍ର ମହୋତ୍ସବ
author img

By ETV Bharat Odisha Team

Published : Dec 20, 2023, 6:49 AM IST

Updated : Dec 20, 2023, 1:11 PM IST

ଶ୍ରୀକ୍ଷେତ୍ର ମହୋତ୍ସବ

ଜଗତସିଂହପୁର: ଅଢଙ୍ଗ ଗଡ଼ରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହୋଇଛି । ଶ୍ରୀ ଯସବନ୍ତ ଦାସଙ୍କ ମହା ପ୍ରୟାଣ ତିଥି ଓଢଣ୍ଣ ଷଷ୍ଠୀରେ ଏହି ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇ ଆସୁଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମହାପୁରୁଷ ଯସବନ୍ତ ଦାସଙ୍କ ଦେହତ୍ୟାଗ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଏହିଠାରେ ଦର୍ଶନ ଦେଇଥିଲେ । ତେଣୁ ଏହି ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ସ୍ଥାନକୁ ଆସନ୍ତି ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।

ଜଗତସିଂହପୁର ବିରିଡି ବ୍ଲକ ଅନ୍ତର୍ଗତ ଅଢଙ୍ଗ ନାଇଲୋ ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ତଥା ପଞ୍ଚସଖା ଯୁଗର ମହାପୁରୁଷ ଶ୍ରୀ ଯସବନ୍ତ ଦାସଙ୍କ ମହା ପ୍ରୟାଣ ତିଥି ଓଢର୍ଣ୍ଣ ଷଷ୍ଠୀରେ ଏହି ଶ୍ରୀକ୍ଷେତ୍ର ମହୋତ୍ସବ ପାଳିତ ହୋଇ ଆସୁଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଶୁଖିଲା ନିର୍ମାଲ୍ୟ ଓ ଟାହିଆ ଆସିବା ପରେ ଯସବନ୍ତ ଦାସଙ୍କ ସମାଧି ପୀଠରେ ଲାଗି ହୋଇଥିଲା । ପରେ ଆଳତୀ କରା ଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ମହାପୁରୁଷ ଯସବନ୍ତ ଦାସଙ୍କ ପୀଠରେ ପ୍ରବଳ ଜନ ସମାଗମ ହୋଇଥିଲା । କିମ୍ବଦନ୍ତୀ ଅନୁସାରେ ପାଞ୍ଚଶହ ବର୍ଷ ତଳେ ଯସବନ୍ତ ଦାସଙ୍କ ଜନ୍ମ ଏହିଠାରେ ହୋଇଥିଲା । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ଅନେକ ଭଜନ, ଦୋହ ଓ ରଚନା ବଳି ଲେଖି ଯାଇଛନ୍ତି । ଯାହା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଘାଟିତ, ମଣ୍ଟୁ ଛୁରୀଆ ଗୀତରେ ଝୁମିଲେ ଦର୍ଶକ

ପଞ୍ଚଦଶ ଶତାବ୍ଦୀର ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ, ମାଳିକା ରଚୟିତା ତଥା ମହାପୁରୁଷ ଅଚୁତାନନ୍ଦ ଦାସ, ଲକ୍ଷ୍ମୀ ପୁରାଣ ରଚୟିତା ବଳରାମ ଦାସ ଓ ଶରୀର ତତ୍ତ୍ୱ ଉପରେ ଆଧାରିତ ତଥ୍ୟକୁ ନେଇ ଯସବନ୍ତ ଦାସଙ୍କ ରଚନା ଓଡ଼ିଆ ସାହିତ୍ୟକୁ ପ୍ରାଣ ପ୍ରଦାନ କରିଛି । ମହାପୁରୁଷ ଯସବନ୍ତ ଦାସଙ୍କ ଦେହତ୍ୟାଗ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଏହିଠାରେ ଦର୍ଶନ ଦେଇଥିଲେ । ସେହି ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ସ୍ଥାନକୁ ଆସନ୍ତି ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ତେଣୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତ ଏହି ଶ୍ରୀକ୍ଷେତ୍ର ମହୋତ୍ସବକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ଆର୍ଜନ କରିଥାନ୍ତି । ରାଜ୍ୟ ସରକାର ଏହି ପୀଠର ପୁନରୁଦ୍ଧାର କରିବା ସହିତ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ ପାଇଁ ସହମତି ପ୍ରକାଶ କରିଛନ୍ତି ।

ଈଟିଭି ଭାରତ, ଜଗତସିଂହପୁର

Last Updated : Dec 20, 2023, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.