ଜଗତସିଂହପୁର: ପାରାଦ୍ୱୀପ ଉପକଣ୍ଠ ବଗଦିଆ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମିଶନ ଶକ୍ତି ଗୃହ ନିର୍ମାଣକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଥାନରେ ପହଞ୍ଚିଥିଲା ମାମଲା । ନ୍ୟାୟରେ ବିଳମ୍ବ କାରଣରୁ ଆଜି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାରାଦ୍ୱୀପ ଅଭୟଚାନ୍ଦ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ସ୍ଥାନୀୟ ବଗଦିଆ ଗ୍ରାମରେ ଏକ ମିଶନଶକ୍ତି ଗୃହ ନିର୍ମାଣକୁ କେନ୍ଦ୍ରକରି ବିବାଦ ହୋଇଥିଲା । ମିଶନଶକ୍ତି ଗୃହ ନିର୍ମାଣ ସ୍ଥାନକୁ ସେହି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ଜାଗା କହିବା ସହିତ ଗୃହ ନିର୍ମାଣକୁ ବିରୋଧ କରିଥିଲେ । ଯାହାକୁ ନେଇ ବିବାଦ ହୋଇଥିଲା । ଜମି ନିଜର ବୋଲି ଦାବି କରିଥିବା ଲୋକଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ବିବାଦ ହେବା ସହ ମାରପିଟ ହୋଇଥିଲା, ଯାହାକୁ ନେଇ ସ୍ଥାନୀୟ ଅଭୟଚାନ୍ଦପୁର ଥାନରେ ମାମଲା ରୁଜୁ କରା ଯାଇଥିଲା । କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଥାନ ଘେରାଉ ସହିତ ମହିଳାମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଜଗତସିଂହପୁର