ETV Bharat / state

ପୋଲ ତଳ ପାଲଟିଲା ଆଶ୍ରୟ ସ୍ଥଳ, ଉଦ୍ଧାର କଲେ ଜିଲ୍ଲା ପ୍ରଶାସନ

author img

By

Published : May 26, 2021, 9:01 PM IST

ପୋଲ ତଳେ ଅତି ବିପଦ ସଂକୁଳ ଅବସ୍ଥାରେ ଆଶ୍ରୟ ନେଇଥିଲେ ପାରାଦ୍ବୀପ ଷଣ୍ଡକୁଦ ବସ୍ତିର ପ୍ରାୟ ଶହେରୁ ଅଧିକ ଲୋକ । ଯାହା ଜଣା ପଡିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ପୋଲ ତଳ ପାଲଟିଲା ଆଶ୍ରୟ ସ୍ଥଳ
ପୋଲ ତଳ ପାଲଟିଲା ଆଶ୍ରୟ ସ୍ଥଳ

ଜଗତସିଂହପୁର: ପୋଲ ତଳେ ଅତି ବିପଦ ସଂକୁଳ ଅବସ୍ଥାରେ ଆଶ୍ରୟ ନେଇଥିଲେ ପାରାଦ୍ବୀପ ଷଣ୍ଡକୁଦ ବସ୍ତିର ପ୍ରାୟ ଶହେରୁ ଅଧିକ ଲୋକ। ଯାହା ଜଣାପଡିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା ୟସ ମଙ୍ଗଳବାର ଓ ବୁଧବାର ତାର ପରାକ୍ରମ ଦେଖାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯିବା ପରେ ଜିଲ୍ଲା ପ୍ରଶାସନ ଓ ପାରାଦ୍ବୀପ ପୌର ପରିଷଦ ପକ୍ଷରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସ୍ଥାନାନ୍ତରିତ କରାଯାଇଥିଲା ।

ପୋଲ ତଳ ପାଲଟିଲା ଆଶ୍ରୟ ସ୍ଥଳ

କିନ୍ତୁ କୋରୋନା ଭୟରେ ପ୍ରାୟ 100 ରୁ 200 ଲୋକେ ପ୍ରଶାସନ ଦ୍ବାରା ପ୍ରସ୍ତୁତ ବାତ୍ୟା ଆଶ୍ରୟସ୍ଥଳକୁ ଯାଇ ନ ଥିଲେ । ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଏକ ପୋଲ ତଳେ ଅତି ବିପଦ ସଂକୁଳ ଅବସ୍ଥାରେ ଦୁଇଦିନ ଅତିବାହିତ କରିଥିଲେ ।

ତଳେ ରେଲୱେ ଟ୍ରାକ ଥିବାବେଳେ ଉପରେ ଯାନବହନ ଚଳାଚଳ କରୁଥିଲା। ମଝିରେ ଅତି ବିପଦ ସଂକୁଳ ଅବସ୍ଥାରେ ପିଲା ଛୁଆ ଓ ପରିବାରଙ୍କୁ ଧରି ପ୍ରାୟ 40ଟି ପରିବାରର 200 ଲୋକେ ରହିଥିଲେ।

ଯାହାକୁ ନେଇ ପାରାଦ୍ବୀପ ପୌର ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି। କେଉଁ ଅବସ୍ଥାରେ ଏତେ ଗୁଡିଏ ଲୋକ ବିପଦ ସଂକୁଳ ଅବସ୍ଥାରେ ସେଠାରେ ରହିଲେ ହେଲେ ବିଭାଗୀୟ କର୍ତ୍ତୃପକ୍ଷ କିପରି ଜାଣି ନ ପାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟିକୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏତେ ଗୁଡିଏ ଲୋକଙ୍କ ଖବର କିପରି ପ୍ରଶାସନ ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣା ଜଣାପଡିବା ପରେ ସେଠାରୁ ଲୋକଙ୍କୁ ଖାଲି କରିଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.