ETV Bharat / state

ରାଣୀତୋଳରେ ଗ୍ୟାସ୍‌ ଟାଙ୍କି ଫାଟି 5 ଗୁରୁତର - ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ

ରନ୍ଧନ ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ ଘଟି 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ ମେଡିକାର ସ୍ଥାନନ୍ତରଣ କରାଯାଇଛି । ଅଧିକ ପଢନ୍ତୁ

ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ , 5 ଗୁରୁତର
ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ , 5 ଗୁରୁତର
author img

By

Published : Aug 9, 2022, 12:28 PM IST

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ବ୍ଲକ ରାଣୀତୋଳ ଗାଁରେ ରନ୍ଧନ ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ ଘଟିଛି । ଅଘଟଣରେ 5 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସମସ୍ତଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେମାନଙ୍କୁ କଟକ ବଡ ମେଡିକାଲରେ ସ୍ଥାନାନ୍ତରଣ କରାଯାଇଛି । ସୋମବାର ରାତି ପ୍ରାୟ 9ଟାରେ ରାଣୀଓଳା ଗାଁର ପ୍ରଶାନ୍ତ ଦାଶଙ୍କ ରୋଷେଇ ଘର ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇଥିଲା ।

ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ , 5 ଗୁରୁତର

ଏ ବିଷୟରେ କିଛି ଜାଣି ନ ପାରି ତାଙ୍କ ପତ୍ନୀ ଲାଇଟର ଲଗାଇ ଦେଇଥିଲେ ଫଳରେ ହଠାତ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା । ଦୁର୍ଘଟଣାରେ ପ୍ରଶାନ୍ତ ଦାଶଙ୍କ ସମେତ ପରିବାରର 5 ଜଣ ଗୁରୁତର ହୋଇଛନ୍ତି । ଗ୍ରାମବାସୀ ତୁରନ୍ତ ଆମ୍ବୁଲାନ୍ସ ଡାକି ସମସ୍ତଙ୍କୁ ପ୍ରଥମେ ମଣିଜଙ୍ଗା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ସମସ୍ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.