ଜଗତସିଂହପୁର: ଭିଜିଲାନ୍ସ ଜାଲରେ ସେସୁ ଜେଇ। ଜଗତସିଂହପୁର ଡିଭିଜନର ଏହି ଯନ୍ତ୍ରୀ ହେଲେ ଦିପ୍ତି ପ୍ରକାଶ ସ୍ବାଇଁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀପ୍ତିଙ୍କ ଘରେ ଆଜି ସକାଳ ସମୟରେ ଭିଜିଲାନ୍ସ ଟିମ ରେଡ୍ ଆରମ୍ଭ କରିଛି। ଏହି ଟିମ ଏକା ସାଙ୍ଗରେ ୬ଟି ସ୍ଥାନରେ ରେଡ୍ କରୁଥିବା ଜଣାପଡିଛି।
ସୂଚନା ଅନୁସାରେ, ସେଥିମଧ୍ୟରେ ଜଗତସିଂହପୁର ଲାଲାସାହି ସ୍ଥିତ ବାସ ଭବନ, ବିସିପାତଳ ସ୍ଥିତ ପୈତୃକ ଘର, କାର୍ଯ୍ୟାଳୟରେ ଏବେ ସୁଦ୍ଧା ଚଢାଉ ଜାରି ରହିଛି । ଏବେ ସୁଦ୍ଧା ଦିପ୍ତି ପ୍ରକାଶଙ୍କ ପାଖରୁ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳୁଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ