ETV Bharat / state

ପାରାଦ୍ଵୀପରେ ସ୍କୁଲ ବସ୍‌ ଅଟକାଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ - ରାସ୍ତା ଅବରୋଧ ଖବର

ପାରାଦ୍ଵୀପ ବନ୍ଦର କତ୍ତୃପକ୍ଷଙ୍କ ଯୋଗୁଁ ୧୦୦ରୁ ଉର୍ଦ୍ଧ୍ବ ପିଲା ସ୍କୁଲ ଯିବାରୁ ବଞ୍ଚିତ ହେଉଛନ୍ତି School Bus Issue । ଯାହାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ପାରାଦ୍ଵୀପ ଦୋଛକି ନିକଟରେ ପାରାଦ୍ଵୀପ ଚଣ୍ଡିଖୋଲ ଓ ପାରାଦ୍ଵୀପ କଟକ ରାସ୍ତା ଅବରୋଧ । ଅଧିକ ପଢନ୍ତୁ

roadblock by school children in paradip
ସ୍କୁଲ ବସ ଅଟକାଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ
author img

By

Published : Aug 25, 2022, 5:06 PM IST

ପାରାଦ୍ବୀପ: ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ରାସ୍ତାରୋକ । ପାରାଦ୍ବୀପ ବନ୍ଦର କତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ୧୦୦ରୁ ଉର୍ଦ୍ଧ୍ବ ପିଲା ସ୍କୁଲ ଯିବାରୁ ବଞ୍ଚିତ । ଯାହାକୁ କେନ୍ଦ୍ର କରି ଛାତ୍ରଛାତ୍ରୀମାନେ ପାରାଦ୍ଵୀପ ଦୋଛକି ନିକଟରେ ପାରାଦ୍ଵୀପ-ଚଣ୍ଡିଖୋଲ ଓ ପାରାଦ୍ଵୀପ-କଟକ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ(School Students Block cuttack Paradip Main Road) ।

ସ୍କୁଲ ବସ ଅଟକାଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

ତେବେ ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ପାରାଦ୍ଵୀପ ବନ୍ଦର(Paradip Port) ପକ୍ଷରୁ ପାରାଦ୍ଵୀପ ଏନଏସି ବାଳକ ଓ ବାଳିକା ଦୁଇଟି ହାଇସ୍କୁଲକୁ ଯିବା ଆସିବା ପାଇଁ ଏକ ବସ୍ ଯୋଗାଇ ଦେଇଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀମାନେ ବାର୍ଷିକ ୨୨୫୦ ଟଙ୍କା ଦେଇଥାନ୍ତି । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ବାର୍ଷିକ ବସ୍ ଭଡା ଦେଇଥିଲେ ମଧ୍ୟ ବନ୍ଦର କତ୍ତୃପକ୍ଷ କିଛି ପିଲାଙ୍କ ଦେୟ ରଖିଥିବାବେଳେ ଅନ୍ୟମାନଙ୍କର ଫେରାଇ ଦେଇଥିଲେ ।

ଫଳରେ ଯେଉଁମାନଙ୍କ ବସ ଭଡା ବନ୍ଦର ପ୍ରଶାସନ ରଖିଥିଲେ ଉକ୍ତ ପିଲା ହିଁ ବସରେ ଯିବା ଆସିବା କରୁଛନ୍ତି(School Bus Issue) । ଦୀର୍ଘ ୧୦ରୁ ୧୨ କି.ମି ରାସ୍ତାରେ ଯାଇ ପାଠ ପଢିବା ଅନ୍ୟ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଯାହାକୁ ନେଇ ଆଜି ଦୋଛକି ନିକଟରେ ଛାତ୍ରଛାତ୍ରୀମାନେ ପାରାଦ୍ଵୀପ-ଚଣ୍ଡିଖୋଲ ଓ ପାରାଦ୍ଵୀପ-କଟକ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିବା ଜଣାପଡିଛି । ହେଲେ ଘଟଣାର କୌଣସି ସମାଧାନ ହୋଇ ପାରିନାହିଁ, ଏବେ ବି ଉକ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବା ପାଇଁ କୈାଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ତେଣୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.