ଜଗତସିଂହପୁର: ଛାତ୍ରୀଙ୍କୁ ମାଡ ମାରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜେଲ ଯିବାକୁ ପଡିଛି । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜୁଜଙ୍ଗ ବ୍ଲକ ବାଲିତୁଠ ବିଦ୍ୟାଳୟରେ ।
ସୂଚନାନୁସାରେ ଗତ ଶନିବାର ଦିନ ନାବାଳିକା ଛାତ୍ରୀ ଜଣକ ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷୟତ୍ରୀ ଜଣକ ରାଗିଯାଇ ତାଙ୍କୁ ନିର୍ଘାତ ମାଡ ମାରିଥିଲେ। ଫଳରେ ଛାତ୍ରୀ ଜଣଙ୍କ ଆହତ ହୋଇପଡିଥିଲେ । ଏସମ୍ପର୍କରେ ପରିବାର ଲୋକେ ରବିବାର ସନ୍ଧ୍ୟାରେ ଜୁଜଙ୍କ ଥାନାରେ ଏତଲା ଦେଇଥିଲେ ।
ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତା ଶିକ୍ଷୟତ୍ରୀ ଲିନାନନ୍ଦକୁ ଗିରଫ କରି କୁଜଙ୍ଗ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ