ETV Bharat / state

କାମରେ ଦୁର୍ନୀତି ନେଇ ବିଡ଼ିଓଙ୍କ ଅଫିସ ଆଗରେ ଧାରଣା ଦେଲେ ସରପଞ୍ଚ

ନାଉଗାଁ ବ୍ଲକ ସମ୍ମୁଖରେ ଜଗତସିଂହପୁର ଘୋଡାନ୍ସ ପଞ୍ଚାୟତର ସରପଞ୍ଚ ନିହାର ରଞ୍ଜନ ବସ୍ତିଆଙ୍କ ଧାରଣା । ଅଧିକ ପଢନ୍ତୁ

author img

By

Published : Jul 15, 2023, 1:36 PM IST

Updated : Jul 15, 2023, 1:45 PM IST

sarapancha protest
sarapancha protest
sarapancha protest

ଜଗତସିଂହପୁର: ନାଉଗାଁ ବ୍ଲକ ସମ୍ମୁଖରେ ସରପଞ୍ଚଙ୍କ ଧାରଣା । ନିଜ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟକୁ ଜାଣିଶୁଣି କରାଇ ଦିଆଯାଉନଥିବା ଅଭିଯୋଗ କରି ଧାରଣାରେ ବସିଛନ୍ତି ସରପଞ୍ଚ । ପୂର୍ବରୁ ନାଉଗାଁ ବ୍ଲକ ଘୋଡାନ୍ସ ପଞ୍ଚାୟତର ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ତାଙ୍କ ପଞ୍ଚାୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହୋଇଥିବାକୁ ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ବିଡ଼ିଓ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିଲେ । ଏହାକୁ ନେଇ ସରପଞ୍ଚ ଓ ବିଡ଼ିଓଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସରପଞ୍ଚ କହିବାନୁଯାୟୀ, ‘‘ପୂର୍ବରୁ ତାଙ୍କ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିଲା । ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ସେ ବିଡ଼ିଓଙ୍କୁ ତଥ୍ୟ ମାଗିବାରୁ ବିଡ଼ିଓ ରଶ୍ମି ରେଖା ମଲ୍ଲିକ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଆସିବାକୁ ମନା କରି ଦେଇଥିଲେ । ଯଦି ବ୍ଲକ କାର୍ଯ୍ୟାଳୟକୁ ଆସନ୍ତି ତେବେ ତାଙ୍କ ବିରୋଧରେ ମାମଲା କରିବେ ବୋଲି ଧମକ ଦେଇଥିଲେ ।’’ ସେହିପରି 2022 ମାର୍ଚ୍ଚ11 ତାରିଖରେ ଘୋଡାନ୍ସ ସରପଞ୍ଚ ବସ୍ତିଆ ପଞ୍ଚୟାତର ଦାୟିତ୍ଵ ନେବା ପରେ ତତ୍କାଳୀନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ କାର୍ଯ୍ୟରେ ଅସହଯୋଗ କରିଥିଲେ । ଫଳରେ ପୂର୍ବରୁ ଯେଉଁସବୁ କାର୍ଯ୍ୟ ପଞ୍ଚାୟତରେ ହୋଇଥିଲା ସେଥିରେ ଦୁର୍ନୀତି ହୋଇଥିବା ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଜନ ପ୍ରତିନିଧି ଓ ବାବୁଙ୍କ ମଧ୍ୟରେ ବିବାଦ ଘନେଇ ଥିବା ବେଳେ ଏହି ଦୁର୍ନୀତିରେ ନାଉଗାଁ ବିଡ଼ିଓଙ୍କ ଇଙ୍ଗିତରେ ଅନେକ ବାବୁ ସମ୍ପୃକ୍ତିକୁ ନେଇ ସରପଞ୍ଚ ଅଭିଯୋଗ କରିଛନ୍ତି । ଏଥି ସହିତ ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ସ୍ତ୍ରୀର ମାନ୍ୟତା ଦାବି, ଶାଶୁଘର ଆଗରେ ମହିଳାଙ୍କ ଧାରଣା

ଜିଲ୍ଲାପାଳ ଏହି ଘଟଣା ତଦନ୍ତ ପାଇଁ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଘୋଡାନ୍ସ ପଞ୍ଚାୟତରେ ଉନ୍ନୟନଳକ କାର୍ଯ୍ୟରେ ବିଡ଼ିଓ ରୋକ ଲଗାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ବିଡ଼ିଓ ଏହି ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଦସ୍ତଖତ କରୁ ନଥିବା ଅଭିଯୋଗ କରି ଗତକାଲି(ଶୁକ୍ରବାର) ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ବ୍ଲକ ସମ୍ମୁଖରେ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଛନ୍ତି । ଏନେଇ ସେ ଅଭିଯୋଗ କରିଛନ୍ତି ଯେ, ଉଦ୍ଦେଶ୍ୟମୂଳକ ଭାବେ ବିଡ଼ିଓ ରଶ୍ମିରେଖା ମଲ୍ଲିକ ତାଙ୍କ ପଞ୍ଚୟତର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ସାଧାରଣ ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଯଦି ଏହାର ସମାଧାନ ନ କରାଯାଏ ତେବେ ପଞ୍ଚାୟତବାସୀ ସମୂହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ । ଏ ସମ୍ପର୍କରେ ନାଉଗାଁ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 15, 2023, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.