ETV Bharat / state

ସଫଳ ପରିବା ଚାଷୀ ସନାତନ, ବାଡିରେ ଫଳାଉଛନ୍ତି ସୁନାର ଫସଲ

ସବୁଆଡୁ ନିରାଶ ହେବା ପରେ ନିଜ ବାଡିରେ ପରିବା ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି ଜଗତସିଂହପୁର ସନାତନ । ଅଧିକ ପଢନ୍ତୁ...

author img

By

Published : Sep 3, 2021, 3:55 PM IST

ପରିବା ଚାଷ କରି ଚର୍ଚ୍ଚାରେ ସନାତନ
ପରିବା ଚାଷ କରି ଚର୍ଚ୍ଚାରେ ସନାତନ

ଜଗତସିଂହପୁର: କଥାରେ ଅଛି "ଚାଷକାମ ଯାହାର କି ଆନନ୍ଦ ତାହାର" । ଏହାକୁ ବାସ୍ତବ କରି ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲାରେଢୁଆ ଗ୍ରାମର ସନାତନ ମହାରଣା । ସନାତନ ବୃତ୍ତିରେ କାଠ ମିସ୍ତ୍ରୀ ଭାବେ ଗାଁ ଗାଁ ବୁଲି କାମ କରିଥିବା ବେଳେ କୋଭିଡ ଯୋଗୁଁ କାଠ କାମ ବି ମିଳିଲାନାହିଁ । ଫଳରେ ପରିବାର ଚଳାଇବା ତାଙ୍କ ପାଖରେ କଷ୍ଟକର ହୋଇପଡିବାରୁ ନିଜ ବାଡିରେ ପନିପରିବା ଚାଷ ଆରମ୍ଭ କରିଥିଲେ ସନାତନ ।

ପରିବା ଚାଷ କରି ଚର୍ଚ୍ଚାରେ ସନାତନ

ଆଉ ଏବେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି ସନାତନ । ନିଜ ବାଡିରେ ବିଭିନ୍ନ ପ୍କାରର ପନିପରିବା ଯଥା ଝୁଡଙ୍ଗ, ଜହ୍ନି, ଛଚିନ୍ଦ୍ରା, ଭେଣ୍ଡି ଆଦି ଲଗାଇ ବେଶ ଲାଭବାନ ହୋଇ ପାରିଛନ୍ତି । ବିନା କୌଣସି ରାସାୟନିକ ସାର ବ୍ୟବହାରରେ ସେ ଏସବୁ କରିଥିବା କହିଛନ୍ତି ।

ବାଡିରେ ଚାଷ ହୋଇଥିବା ପନିପରିବା ଯେତିକି ଆକର୍ଷଣୀୟ ଦେଖାଯାଉଛି ସେମିତି ସୁସ୍ବାଦ ମଧ୍ୟ । ଚାଷ ହୋଇଥିବା ଛଚିଦ୍ରାର ଲମ୍ବ ପ୍ରାୟ ୧୦ ଫୁଟ ହୋଇଥିବା ବେଳେ ପ୍ରତେକ ଦିନ ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଝୁଡଙ୍ଗ ,ଛଚିନ୍ଦ୍ରା ଉତ୍ପାଦନ ହେଉଛି । ସେହିପରି ଦୈନିକ ୧୦ ରୁ ୨୦ କେଜି ଭେଣ୍ଡି ମଧ୍ୟ ଉତ୍ପାଦନ ହେଉଥିବା କହିଛନ୍ତି ସନାତନ । ଏହି ସବୁ ପରିବାକୁ ସେ ହାଟରେ ବିକ୍ରି କରି ଲାଭବାନ ହୋଇପାରିଛନ୍ତି ।

ବର୍ତ୍ତମାନ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ପର୍ଯ୍ୟନ୍ତ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ସନାତନ ନିଜେ ଜୈବିକ ପଦ୍ଧତିରେ ପରିବା ଚାଷ କରି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ପ୍ରତ୍ୟେକ ଲୋକେ ନିଜ ବାଡ଼ିରେ କିଛି ନା କିଛି ଚାଷ କରିବାକୁ ନିବେଦନ କରିଛନ୍ତି ଚାଷୀ ସନାତନ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.