ETV Bharat / state

ଦାଦନ ଦୁଃଖ, ବେଙ୍ଗାଲୁରୁ ଯାଇ ସର୍ବସ୍ବ ହରାଇଲେ ବାପ ପୁଅ

ଜଗତସିଂହପୁର ସଦର ବ୍ଲକ ମୁଦୁପୁରୁ ପଞ୍ଚାୟତର ମୁଦପୁର ଗ୍ରାମର ସୁରେନ୍ଦ୍ର ନାୟକ ଓ ତାଙ୍କ ପୁଅ ଶୁଭ ପ୍ରକାଶ ବେଙ୍ଗାଲୁରୁ ଯାଇ ଏକ ଅଗରବତୀ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବାବେଳେ ପୁଅର ଦୁର୍ଘଟଣାରେ ଚିକିତ୍ସା ପାଇଁ ସର୍ବସ୍ବ ହରାଇବାକୁ ପଡିଛି ।

author img

By

Published : Jun 11, 2020, 5:52 PM IST

Updated : Jun 11, 2020, 7:04 PM IST

jagatsinghpur
ଦାଦନ ଦେଇଗଲା ଦୁଃଖ

ଜଗତସିଂହପୁର: ଦାଦନ ଦେଇଗଲା ଦୁଃଖ। ଶେଷରେ ହରାଇବାକୁ ପଡିଲା ସବୁକିଛି। ବାହାର ରାଜ୍ୟକୁ ଦୁଇ ପଇସା ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଇଥିବା ବାପା ପୁଅଙ୍କୁ ଆଜି ସର୍ବସ୍ବାନ୍ତ ହେବାକୁ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ମୁଦୁପୁରୁ ପଞ୍ଚାୟତର ମୁଦପୁର ଗ୍ରାମରେ ।

ଦାଦନ ଦେଇଗଲା ଦୁଃଖ

ନିଜ ଗ୍ରାମରେ କାମଧନ୍ଦା ନମିଳିବାରୁ ସୁରେନ୍ଦ୍ର ନାୟକ ଓ ତାଙ୍କ ପୁଅ ଶୁଭ ପ୍ରକାଶ ବେଙ୍ଗାଲୁରୁ ଯାଇ ଏକ ଅଗରବତୀ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଏହି ସମୟରେ ପୁଅ ଶୁଭ ପ୍ରକାଶ ସେହି କମ୍ପାନୀରେ ମେସିନ ଅପରେଟର ଭାବେ କାର୍ଯ୍ୟ କରୁଥିବାବେଳେ ଏକ ଅଘଟଣରୁ ମେସିନରେ ତାଙ୍କ ହାତ ରହିଯାଇଥିଲା ।

ଯାହାଫଳରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହା ଜାଣିବା ପରେ ସୁରେନ୍ଦ୍ର ପୁଅକୁ ଭଲ କରିବା ପାଇଁ କମ୍ପାନୀ କତ୍ତୃପକ୍ଷଙ୍କୁ କାକୁତି ମିନତି ହେଲେ, କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଅପରପକ୍ଷରେ ମେଡିକାଲରେ ଚିକିତ୍ସା କରୁଥିବା ଡାକ୍ତର ତୁରନ୍ତ ଅପରେସନ ଆବଶ୍ୟକ ବୋଲି କହିଥିଲେ।

ଏଥିରେ 12 ଲକ୍ଷ ଟଙ୍କା ଆବଶ୍ୟକ ଥିବା କୁହାଯାଇଥିଲା। ଏହା ଶୁଣିବା ପରେ ସୁରେନ୍ଦ୍ର ଗାଁରେ ଥିବା 12 ଗୁଣ୍ଠ ଜମି ବିକିବା ସହ ଗାଈଗୋରୁ ଓ ନିଜ ଘର ଢ଼ିହ ବନ୍ଧକ ରଖି ଟଙ୍କା ନେଇ ପୁଅକୁ ଅପରେସନ କରାଇ ଥିବା କହିଛନ୍ତି। ତେବେ ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ଦେବାକୁ ଦାବି ହେଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ରଇଟିଭି ଭାରତ

Last Updated : Jun 11, 2020, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.