ETV Bharat / state

ଜମୁଛି କଲ୍ଲୋଳ ମହୋତ୍ସବ, ଷ୍ଟାର ଦମ୍ପତି ଅର୍ଚ୍ଚିତା-ସବ୍ୟଙ୍କ ନାଚରେ ଝୁମିଲେ ଦର୍ଶକ - କଲ୍ଲୋଳ ମହୋତ୍ସବ

ଜମୁଛି ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ । ତୃତୀୟ ସନ୍ଧ୍ୟାରେ ଅଭିନେତା ସବ୍ୟସାଚ୍ଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ନାଚରେ ଝୁମିଥିଲେ ଦର୍ଶକ । ଅଧିକ ପଢନ୍ତୁ

archita sahu performed at jagatsinghpur Zilla Mahotsav kollala
ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ନାଚରେ ଝୁମିଲେ ଦର୍ଶକ
author img

By

Published : Jan 18, 2023, 1:03 PM IST

ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ନାଚରେ ଝୁମିଲେ ଦର୍ଶକ

ଜଗତସିଂହପୁର: ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ମନୋଭରି ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ତୃତୀୟ ଦିନରେ ପହଞ୍ଚିଛି । ତୃତୀୟ ସନ୍ଧ୍ୟାରେ ଓଲିଉଡ ଯୋଡି ସବ୍ୟସାଚ୍ଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ । ଦୁଇଜଣ ବାଜି ଗଲା ବାର ବାଜିଗଲା ଦିଲ କି ଘଢି ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଯେଉଁଥିଲେ ଝୁମିଥିଲେ ଦର୍ଶକ । ଏହା ସହିତ ଓଲିଉଡ କଣ୍ଠଶିଳ୍ପୀ ସତ୍ୟଜିତ ଓ ଜ୍ୟୋର୍ତିମୟୀଙ୍କ ଗୀତର ଯାଦୁରେ ହଜି ଯାଇଥିଲେ ଦର୍ଶକ । ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା ।

ଜିଲ୍ଲା ମହୋତ୍ସବ କଲ୍ଲୋଳର ତୃତୀୟ ସନ୍ଧ୍ୟାରେ ଝୁମିଥିଲେ ଦର୍ଶକ । ନିର୍ଦ୍ଧାରିତ ସମୟରୁ ବିଳମ୍ବରେ କଲ୍ଲୋଳ ମହୋତ୍ସବର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପୁରୀର ଗୋଟିପୁଅ ନୃତ୍ୟ, ଆନ୍ଧ୍ରପ୍ରଦେଶର ଲମ୍ବାଡି ଡ୍ୟାନ୍ସ, ଓ ରାତି ପ୍ରାୟ 10ଟା 30ରେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚକୁ ଆସିଥିଲେ । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକ ସେମାନଙ୍କ ଡ୍ୟାନ୍ସ ଦେଖିବାକୁ ଭିଡ଼ ଜମାଇଥିଲେ । ଦୁଇଜଣଙ୍କ ଅଭିନୀତ ଏକ ଫିଲ୍ମ ଗୀତ ବାଜି ଗଲା ବାର ବାଜିଗଲା ଦିଲ କି ଘଢିରେ ମଞ୍ଚରେ ଧୁମ ମଚାଇଥିଲେ ସବ୍ୟାର୍ଚ୍ଚିତା ।

ମହୋତ୍ସବରେ ସାମିଲ ହୋଇ ପ୍ରତିକ୍ରିୟାରେ ଅଭିନେତା ସବ୍ୟସାଚୀ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେବା ସହିତ ଜଗତସିଂହପୁର ଜିଲ୍ଲାକୁ ପ୍ରଶଂସା କରିଥିଲେ । କଲ୍ଲୋଳ ମହୋତ୍ସବରେ ଯୋଗ ଦେବା ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ସବ୍ୟସାଚୀ । ସେହିପରି ଅର୍ଚ୍ଚିତା ସାହୁ ମଧ୍ୟରେ ମହୋତ୍ସବରେ ଯୋଗ ଦେଇ ଖୁସି ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ...ବଲିଉଡ ଗୀତରେ ଡ୍ୟାନ୍ସ କଲେ ଉପଜିଲ୍ଲାପାଳ, ଜମିଲା କଲ୍ଲୋଳ

ପ୍ରକାଶ ଥାଉ କି, ଜାନୁଆରୀ 15 ତାରିଖରୁ କଲ୍ଲୋଳ ମହୋତ୍ସବ ଉଦଘାଟିତ ହୋଇଛି । 5 ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା 19 ତାରିଖରେ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ ଆଇଡଲ ଜୁନିୟମ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ମହୋତ୍ସବରେ ଯୋଗ ଦେବେ । 21 ତାରିଖ ଯାଏ ଚାଲିବ ଏହି ମହୋତ୍ସବ ।

5ଦିନ ଧରି ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.