ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ସପ୍ତାହ ମଧ୍ୟରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ 4ରୁ ଅଧିକଙ୍କୁ କୋର୍ଟ ଚାଲାଣ କରିଛି।
ଆଜି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଗୋପାଳ ସାଗର ନିକଟରେ ଅତର୍କିତ ଚଢ଼ାଉ କରି 60 ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ନଗଦ 31 ହଜାର ଟଙ୍କା ଜବତ କରିଛି । 60 ଗ୍ରାମ ର ବ୍ରାଉନ ସୁଗାରର ମୁଲ୍ୟ ହାରା ହାରି ଏକ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ