ETV Bharat / state

ବସ ଡ୍ରାଇଭର ଓ କଣ୍ଡକ୍ଟରକୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍‌

author img

By

Published : Oct 13, 2022, 12:24 PM IST

ପୁରୀରୁ ପାରାଦ୍ବୀପ ଆସୁଥିବା ଶିବଶକ୍ତି ବସରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିଶା ଦେଇ ଲୁଟ । ପାନୀୟରେ ନିଶା ଦେଇ ବେହୋସ କରି ଉଭୟଙ୍କର ଫୋନ ଓ ଟଙ୍କା ଲୁଟି ଥିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ

ବସ ଡ୍ରାଇଭର ଓ କଣ୍ଡକ୍ଟରକୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ

ପାରାଦ୍ଵୀପ: ବସରେ ମାତିଲେ ଲୁଟେରା । ବସ ଡ୍ରାଇଭର ଓ କଣ୍ଡକ୍ଟରକୁ ନିଶା ଦେଇ ଲୁଟ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀରୁ ପାରାଦ୍ବୀପ ଆସୁଥିବା ଶିବଶକ୍ତି ବସରେ । ଯୁବକ ଜଣକ ଥଣ୍ଡା ପାନୀୟରେ ନିଶା ଦେଇ ବେହୋସ କରି ଉଭୟଙ୍କର ଫୋନ ଓ ଟଙ୍କା ଲୁଟି ଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ, ଡ୍ରାଇଭର ରଘୁନାଥ ଦାସ, କଣ୍ଡକ୍ଟର ଓ ହେଲ୍ପର ତିନି ଜଣଙ୍କୁ ମଙ୍ଗଳବାର ପାଖାପାଖି ରାତି 10ଟା ସମୟରେ ଯୁବକ ଜଣଙ୍କ ଶିବଶକ୍ତି ବସର ଷ୍ଟାପ ମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ପରେ ସେମାନଙ୍କୁ ଥଣ୍ଡା ପିଇବାକୁ ଦେଇଥିଲା । ପରେ ଡ୍ରାଇଭର, କଣ୍ଡକ୍ଟର ବେହୋସ ହୋଇ ଗାଡି ଭିତରେ ପଡି ରହିଥିବା ବେଳେ ସେମାନଙ୍କ ନିକଟରୁ ଦିନସାରା ବସରେ ବ୍ୟବସାୟ ହୋଇଥିବା ସମସ୍ତ ଟଙ୍କା ସହିତ ୨ଟି ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଲୁଟି ନେଇ ଫେରାର ହୋଇଯାଇଛି । ଏନେଇ ମଙ୍ଗଳବାର ରାତିରୁ ଅଚେତ ଅବସ୍ଥାରେ ଥିଲେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର । ତେବେ ଘଟଣାକୁ ନେଇ ପାରାଦ୍ବୀପ ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ତେବେ ଏନେଇ ସେହି ବସର ଡ୍ରାଇଭର ରଘୁନାଥ ଦାସ କହିଛନ୍ତି , "ରାତିରେ ଖାଇବାକୁ ଯିବା ସମୟରେ ବ୍ୟକ୍ତି ଜଣକ ଡ୍ରାଇଭର କହି ଆମ ସହ ମିଳାମିଶା କରିଥିଲେ । ତା’ ପରେ ଆମେ ଖାଇବାକୁ ଯିବାକୁ ମନା କରି କହିଥିଲେ ଥଣ୍ଡା ଟିକେ ପିଇଦିଅ ଟିକେ ପରେ ଖାଇବାକୁ ଯିବା ବୋଲି । ତାପରେ ଆମେ ଥଣ୍ଡା ପାନୀୟ ପିଇକି ଖାଇବାକୁ ଯାଇଥିଲୁ । ସେଠାରୁ ଖାଇକି ଆସି ଶୋଇକି ଏବେ ଉଠିଲା ବେଳକୁ ଟଙ୍କା,ଫୋନ ସବୁ କିଛି ଲୁଟ ହୋଇଥିବା ନେଇ ଜଣାପଡିଛି।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.