ETV Bharat / state

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ - ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ଜଗତସିଂହପୁରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

author img

By

Published : May 2, 2021, 9:29 PM IST

ଜଗତସିଂହପୁର: ସହରରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ । ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଖବର ପାଇ ପରିବାର ଏବଂ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଜଣାପଡିଛି ।

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ ଗଜତସିଂହପୁର ପୌରାଞ୍ଚଳ ଗନ୍ତ ଗ୍ରାମର ଏସକେ ଜାବର ନାମକ ଜଣେ ଯୁବକ ଦୁଇଦିନ ତଳେ ଜଗତସିଂହପୁର ଉପଖଣ୍ଡ ଚାନ୍ଦଗଡ ଗ୍ରାମରେ ଥିବା ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଆଜି(ରବିବାର) ସକାଳେ ପରିବାର ଲୋକେ ତାଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ଅପରାହ୍ନରେ ଜାବରର ମୃତ୍ୟୁ ହୋଇଥିବା ନେଇ ଘର ଲୋକଙ୍କୁ ଖବର ଦେଇଥିଲେ ନିଶା ନିବାରଣ କେନ୍ଦ୍ର ସଦସ୍ୟ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଜଗତସିଂହପୁର 155 ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.