ETV Bharat / state

ପ୍ରତିଶ୍ରୁତି ରଖିଲେନି ଅଧିକାରୀ, ଆଜି ବି ଆସୁନାହାନ୍ତି ଡାକ୍ତର - strike

ଜଗତସିଂହପୁର ଜିଲ୍ଲା ବାଲିକୁଦା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ନାହାନ୍ତି ଡାକ୍ତର । ଡାକ୍ତର ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ଲୋକ । ଅଧିକ ପଢନ୍ତୁ...

ଆଜି ବି ଆସୁନାହାନ୍ତି ଡାକ୍ତର
ଆଜି ବି ଆସୁନାହାନ୍ତି ଡାକ୍ତର
author img

By

Published : Apr 13, 2021, 9:54 AM IST

ଜଗତସିଂହପୁର: ଜିଲ୍ଲା ବାଲିକୁଦା ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ନାହାନ୍ତି ଡାକ୍ତର । ଡାକ୍ତର ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ଲୋକ । ଦୀର୍ଘ ଦେଢ଼ ବର୍ଷ ଧରି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ପରେ ବି କାହାର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି । ସମସ୍ୟା ନେଇ ବାଲିକୁଦା ଅଞ୍ଚଳର ଯୁବ ଗୋଷ୍ଠୀ ଜାତୀୟ ରାଜପଥ ଅବରୋଧ କରିବା ପରେ ପ୍ରତିଶ୍ରୁତି ମିଳିବା ପରେ ବି ଆସୁନାହାନ୍ତି ଡାକ୍ତର ।

ସମସ୍ୟାର ସମାଧାନ ଦାବି କରି ବାଲିକୁଦା ବସଷ୍ଟାଣ୍ଡ ଠାରେ ମାର୍ଚ୍ଚ 12 ତାରିଖରେ ରାସ୍ତାରୋକ କରିଥିଲେ ଫଳରେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ବିଭାଗୀୟ ପଦସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସପ୍ତାହରେ ସୋମବାର , ବୁଧବାର , ଏବଂ ଶୁକ୍ରବାର ଡେପୁଟେସନରେ ଜଣେ ଡାକ୍ତର ରହିବେ ଏବଂ ଏପ୍ରିଲ ମାସ ଠାରୁ ଜଣେ ସ୍ଥାୟୀ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ହେଲେ ବଡ଼ ଦୁଃଖର ବିଷୟ ଆଜିକୁ ଏପ୍ରିଲ ମାସର 13 ତାରିଖ ହୋଇଥିଲେ ବି ଡାକ୍ତରଙ୍କ ଦେଖା ନାହିଁ । ଯେମିତି ସେମିତି ଖାଲି ପଡିଛି ଡାକ୍ତରଙ୍କ ସ୍ଥାନ । ଏ ଅବବ୍ୟସ୍ଥା ନେଇ ପୁଣି ଥରେ ସୋମବାର ବାଲିକୁଦାର ଶହ ଶହ ସଚେତନ ନାଗରିକ ଓ ଯୁବ ଗୋଷ୍ଠୀ ଧାରଣା ଦେବା ସହିତ ବାଲିକୁଦା 55 ନମ୍ବର ଜାତୀୟ ରାଜପଥ ବାଲିକୁଦା ବସଷ୍ଟାଣ୍ଡଠାରେ ରାସ୍ତାରୋକ କରିଥିଲେ । ଏହି ଅବରୋଧରେ ବାଲିକୁଦା ବ୍ଲକର ଶତାଧିକ ଯୁବ ଗୋଷ୍ଠୀ ଓ ମହିଳା ମାନେ ଏକଜୁଟ ହୋଇ । ସମାଜ ସେବୀ ସୁରେନ୍ଦ୍ର ବିଶ୍ୱାଳ, ରଶ୍ମି ରଞ୍ଜନ ପାତ୍ର ,ନାରୀନେତ୍ରୀ ଝାନ୍ସୀ ରାଣୀ ବିଶ୍ୱାଳ ପ୍ରମୁଖ ଧାରଣାରେ ବସିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.