ଜଗତସିଂହପୁର: ପାରାଦୀପ ଶିଳ୍ପାଞ୍ଚଳରେ ପ୍ରଦୂଷଣକୁ ନେଇ ରବିବାର ଜିଲ୍ଲାପାଳ ସଂଗ୍ରାମ କେସରୀ ମହାପାତ୍ର ଏକ ସମୀକ୍ଷା ବୈଠକ କରିଛନ୍ତି । ପାରାଦୀପରେ କେତେକ ଛୋଟବଡ ଶିଳ୍ପାନୁଷ୍ଠାନ ଗୁଡିକ ଜାତୀୟ ପ୍ରଦୂଷଣ ବୋର୍ଡର ଗାଇଡ୍ ଲାଇନ୍ ପାଳନ ଉପରେ ଗୁରୁତ୍ବ ଆରୋପ କରାଯାଇଛି ।
କେତେକାଂଶରେ ଶିଳ୍ପାନୁଷ୍ଠାନ ଗୁଡିକ କୋରୋନାକୁ ନେଇ ପ୍ରଭାବିତ ହୋଇଥିବା ବେଳେ ଅନେକାଂଶରେ ଶିଳ୍ପାନୁଷ୍ଠାନ ଗୁଡିକରେ ଉତ୍ପାଦନ ହ୍ରାସ ପାଇଛି । ଯାହାକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ତେବେ ଆସନ୍ତା ଦିନମାନଙ୍କରେ ଶିଳ୍ପାନୁଷ୍ଠାନ ଗୁଡିକ ଆରମ୍ଭ ହେଲେ ପ୍ରଦୂଷଣର ମାତ୍ରା ବଢିବାର ବହୁ ସମ୍ଭାବନା ରହିଛି । ତେଣୁ ଏହାକୁ କିପରି ନିୟମନ୍ତ୍ରଣ କରାଯିବା ସେ ଉପରେ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ