ETV Bharat / state

ପାରାଦ୍ୱୀପ ଉପକୂଳରେ ତଟରଖି ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ମକଡ୍ରିଲ - pollution response exercise

ପାରାଦ୍ବୀପ ବନ୍ଦରରେ ଉପକୂଳ ତଟରଖି ବାହିନୀ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ। ସମୁଦ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ତଟରଖି ବାହିନୀର ମକଡ୍ରିଲ । ଅଧିକ ପଢ଼ନ୍ତୁ

coast guard organized pollution control workshop at paradeep port
ପାରାଦ୍ବୀପ ବନ୍ଦରରେ ତଟରଖୀ ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ କର୍ମଶାଳା
author img

By

Published : Oct 15, 2022, 2:45 PM IST

ଜଗତସିଂହପୁର: ପାରାଦ୍ୱୀପରେ ଉପକୂଳ ତଟରଖି ବାହିନୀ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ କର୍ମଶାଳା ଅନୁଷ୍ଠିତ ହୋଇଛି । ଅନେକ ସମୟରେ ସମୁଦ୍ର ମଧ୍ୟରେ ଚଳାଚଳ କରୁଥିବା ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ର ପାଣିକୁ ପ୍ରଦୂଷିତ କରୁଛି । ଏହାର ପ୍ରଭାବରେ ସାମୁଦ୍ରିକ ଜୀବ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ସମସ୍ୟାକୁ କିଭଳି ମୁକାବିଲା କରାଯାଇ ପାରିବ ତାକୁ ନେଇ ତଟରଖି ବାହିନୀ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ କରାଯାଇଥିଲା ।

ପାରାଦ୍ୱୀପ ଉପକୂଳରେ ତଟରଖି ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ମକଡ୍ରିଲ

ଏହା ମଧ୍ୟ ପଢ଼ନ୍ତୁ: ପାରାଦ୍ୱୀପ ବନ୍ଦରରେ ଅଘଟଣ, ପୋତାଶ୍ରୟରେ ଅଳ୍ପକେ ବର୍ତ୍ତିଲା ଡ୍ରୋଜର

ଅନୁଷ୍ଠିତ କର୍ମଶାଳାରେ ତଟରଖି ବାହିନୀର ଡିଆଇଜି ୱାଇକେ ସିଂ ଯୋଗଦେଇ ସମୁଦ୍ର ପ୍ରଦୂଷଣ ରୋକିବା ନେଇ ଆଲୋଚନା କରିଥିଲେ । ଏହି ଅବସରରେ ସମୁଦ୍ର ଗର୍ଭରେ କୌଶଳାଭ୍ୟାସ କରାଯାଇଥିଲା । ବନ୍ଦରର ଟଗବୋଟ ସମେତ ତଟରଖି ବାହିନୀର ଜାହାଜ ଏଥିରେ ସାମିଲ ହୋଇଥିଲା । ଏହି କର୍ମଶାଳାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ତଟରଖି ବାହିନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.