ETV Bharat / state

ଚାକିରୀରୁ ଛଟେଇ ପରେ ଥାଳି, ଗିନା ଧରି ଧାରଣାରେ ଶ୍ରମିକ - ତୈଳ ବିଶୋଧନାଗାରରେ କାମ କରୁଥିବା ଠିକାଦାରଙ୍କୁ ଛଟେଇ

ପାରାଦୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନୀ, ଏଲ ଆଣ୍ଡ ଟି ଅଧୀନରେ କାମ କରୁଥିବା ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଥାଳି ଧରି ଶ୍ରମିକମାନେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ

ଚାକିରୀରୁ ଛଟେଇ ପରେ, ଧାରଣା ରେ ଶ୍ରମିକ
ଚାକିରୀରୁ ଛଟେଇ ପରେ, ଧାରଣା ରେ ଶ୍ରମିକ
author img

By

Published : Oct 12, 2022, 4:00 PM IST

ଜଗତସିଂହପୁର: ତୈଳ ବିଶୋଧନାଗାରରେ କାମ କରୁଥିବା ଠିକାଦାରଙ୍କୁ ଛଟେଇ ଅଭିଯୋଗ । ଏନେଇ ଶ୍ରମବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକମାନେ । ବକେୟା ଦରମା ଓ ଫାଇନାଲ ଟଙ୍କା ଦାବି କରି କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି ଶ୍ରମିକ ।

ଚାକିରୀରୁ ଛଟେଇ ପରେ ଧାରଣାରେ ଶ୍ରମିକ

ସୂଚନା ମୁତାବକ, ପାରାଦୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନୀ ଏଲଆଣ୍ଡଟି ଅଧୀନରେ କାମ କରୁଥିବା ଶ୍ରମିକମାନଙ୍କୁ ଛଟେଇ କରାଯାଇଛି । ତେବେ ଏନେଇ ପ୍ରତିବାଦ ରେ ପାରାଦୀପ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଥାଳି ଧରି ଶ୍ରମିକ ମାନେ ଧାରଣା ଦେଇଛନ୍ତି। ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ଯେ, ମେଟକାଟ କମ୍ପାନୀ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ଧରି ଶ୍ରମିକ ମାନେ କାର୍ଯ୍ୟ କରୁଥିବା ବେଳେ କମ୍ପାନୀ ର କାମ ସରିଯିବା କାରଣରୁ ଶ୍ରମିକ ମାନଙ୍କୁ ବିନା ନୋଟିସ ରେ ଦୁଇ ମାସ ହେବ କାମରୁ ଛଟେଇ କରିଥିଲା ମେଟକାଟ କମ୍ପାନୀ l ଏଥିରେ ଅନେକ ଶ୍ରମିକ ଙ୍କ ବକେୟା ଦରମା ବାକି ରହିଥିବା ବେଳେ ସେମାନଙ୍କୁ କାର୍ଯ୍ୟ ରୁ ଛଟେଇ କରିଛି କମ୍ପାନୀ l ଯାହାକୁ ନେଇ ଶ୍ରମିକ ମାନେ ନିଜର ବକେୟା ପାଉଣା ଓ ଫାଇନାଲ ପଇସା ଦାବି କରି ଶ୍ରମ ବିଭାଗ କାର୍ଯ୍ୟାଳୟ ର ଦ୍ବାରସ୍ଥ ହୋଇଛନ୍ତି ।

କିନ୍ତୁ ଏଥିରେ ସୁଫଳ ନ ମିଳିବାରୁ ଶ୍ରମିକ ମାନେ ନିଜର ବକେୟା ଦରମା ଓ ଫାଇନାଲ ଟଙ୍କା ଦାବି କରି ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦଶଟା ଠାରୁ ଶାନ୍ତିପୂର୍ଣ ଭାବରେ ଧାରଣା ରେ ବସି ରହିଛନ୍ତି l ଏ ସମ୍ପର୍କରେ ଠିକା କମ୍ପାନୀ ର ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ କି ଶ୍ରମ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ତେବେ ଏନେଇ ଶ୍ରମିକ ସୁବାସ ମଲ କହିଛନ୍ତି, "ଆମେ ସମସ୍ତ ଶ୍ରମିକ ମାନେ ଦୁଇ ରୁ ଅଢେଇ ବର୍ଷ ଧରି ମେଟକାଟ ରେ କାମ କରିଛୁ । କିନ୍ତୁ ଦିନେ ହଠାତ୍ ସେଠାରେ ଆମକୁ କହିଲେ ଆମର କାମ ସରିଗଲା ତମେମାନେ ଏବେ ଯାଅ । ତେବେ ଆମ ମାନଙ୍କୁ ବିନା ନୋଟିସରେ ଛଟେଇ କରିବା ସହ ଆମର ବକେୟା ଦରମା ଦେଇ ନାହାନ୍ତି । ତେଣୁ କରି ଏହାର ସମାଧାନ ନ ହେଲା ଯାଏଁ ଆମେମାନେ ଏହି ଯାଗାରୁ ହଟିବୁ ନାହିଁ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.