ETV Bharat / state

ଜଗତସିଂହପୁର ସିଦ୍ଧ ବଳଦେବଜୀଉ ମନ୍ଦିରରେ ଘୋଷଯାତ୍ରା

author img

By

Published : Jul 1, 2022, 10:21 PM IST

ଜଗତସିଂହପୁରରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ । ସିଦ୍ଧ ବଳଦେବଜୀଉ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ । ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଛେରା ପହଁରା ନୀତି ସମ୍ପାଦନ କରିଥିଲେ । ଅଧିକ ପଢ଼ନ୍ତୁ

ଜଗତସିଂହପୁର ସିଦ୍ଧ ବଳଦେବଜୀଉ ମନ୍ଦିରରେ ଘୋଷଯାତ୍ରା
ଜଗତସିଂହପୁର ସିଦ୍ଧ ବଳଦେବଜୀଉ ମନ୍ଦିରରେ ଘୋଷଯାତ୍ରା

ଜଗତସିଂହପୁର: ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ଜିଲ୍ଲାର ସର୍ବ ପୁରାତନ କ୍ଷେତ୍ର ସିଦ୍ଧଳସ୍ଥିତ ସିଦ୍ଧ ବଳଦେବଜୀଉ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ । ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ଆଳତୀ ମଇଲମ, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ପରେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଅଣାଯାଇ ରଥାରୂଢ କରାଯାଇଥିଲା ।

ଅପରାହ୍ନ ୪ଟା ସମୟରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଠାକୁର ରାଜା ଭାବେ ରଥ ଉପରେ ଛେରା ପହଁରା ନୀତି ସମ୍ପାଦନ କରିଥିଲେ । ପରେ ଅପରାହ୍ନ ୫ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ରୁଣ୍ଡ ହୋଇଥିଲେ । କୋରୋନା କାରଣରୁ ଗତ ୨ ବର୍ଷ ହେବ ରଥଯାତ୍ରା ବିନା ଭକ୍ତରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.