ETV Bharat / state

ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ, ପୁଣି SPଙ୍କୁ ସୋମାଲିକାଙ୍କ ଚିଠି

author img

By

Published : Jul 19, 2022, 8:23 AM IST

ଜଗତସିଂହପୁର ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ । ପ୍ରେମିକା ସୋମାଲିକାଙ୍କ ଦୁଷ୍କର୍ମ ଅଭିଯୋଗକୁ ପୋଲିସ ଗ୍ରହଣ ନ କରିବା ପରେ ସେ SPଙ୍କୁ ଚିଠି ଲେଖିଥିବା କହିଛନ୍ତି । ଅଧିକ ପଢନ୍ତୁ

ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ, ପୁଣି SPଙ୍କୁ ସୋମାଲିକାଙ୍କ ଚିଠି
ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ ବିବାଦ, ପୁଣି SPଙ୍କୁ ସୋମାଲିକାଙ୍କ ଚିଠି

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାଦ । ଜଗତସିଂହପୁର ଥାନା ଅଧିକାରୀ ଦୁଷ୍କର୍ମ ମାମଲାକୁ ରୁଜୁ କରୁନଥିବା ଅଭିଯୋଗ । ପୁଣି ଏସପିଙ୍କୁ ଚିଠି ଲେଖିଲେ ସୋମାଲିକା । ଏହି ମାମଲା ଏବେ କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚିଥିବା ବେଳେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ପ୍ରେମିକା ଅଡ଼ି ବସିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଗତ ମେ ୧୩ ତାରିଖରେ ଜଗତସିଂହପୁର SP ଅଖିଳେଶ୍ବର ସିଂଙ୍କ ନିକଟରେ ଲିଖିତ ଭାବେ ଜଣାଇଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ତାଙ୍କ ଅନିଚ୍ଛା ସତ୍ତ୍ବେ ବାରମ୍ବାର ଦୁଷ୍କର୍ମ କରିଥିଲେ ।

ଏହା ପରେ ତାଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରିତ କରିଥିବା ସେ ଅଭିଯୋଗ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ SPଙ୍କୁ ନିବେଦନ କରିଥିଲେ । ଏହି ଘଟଣାରେ ଜଗତସିଂହପୁର ଥାନା ଅଧିକାରୀ ମାମଲା ରୁଜୁ କାହିଁକି କରୁ ନାହାନ୍ତି ବୋଲି ସୋମାଲିକା ପ୍ରଶ୍ନ କରିବା ସହ ଗତ ୧୫ ତାରିଖ ଦିନ ପୁଣି ଜଗତସିଂହପୁର ଏସପିଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।

ତିର୍ତ୍ତୋଲ ବିଧାୟକ ଜଣେ ଶାସକ ଦଳର ବିଧାୟକ ବୋଲି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଛଘୁଞ୍ଚା ଦେଉଥିବା ପ୍ରେମିକା କହିଛନ୍ତି । ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ଏସପି, ଥାନା ଅଧିକାରୀ କି SDPO କେହି କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.