ETV Bharat / state

ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ବୟାନ ଦେଇ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

author img

By

Published : Feb 28, 2023, 11:59 AM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ବୟାନ ଦେଇ ହରଡ଼ଘଣାରେ ପଡିଛନ୍ତି ଦଳୀୟ ନେତ୍ରୀ ତଥା ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମପ୍ରିୟା ବେହେରା । ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ଲକ ଅଧ୍ୟକ୍ଷା । ଅଧିକ ପଢନ୍ତୁ

ଜୟ ଶଙ୍କରଙ୍କ ବିରୋଧରେ ବୟାନ ଦେଇ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା
raghunathpur chairman statement aganist tirtol mla

ଜୟ ଶଙ୍କରଙ୍କ ବିରୋଧରେ ବୟାନ ଦେଇ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ରାଜନୀତି ସରଗରମ ରହିଛି । ଏହାରି ଭିତରେ ବିଧାୟକଙ୍କ ବିରୋଧରେ କହି ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ନେତ୍ରୀ ତଥା ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା । ସେ ବିଧାୟକଙ୍କ ବିରୋଧରେ କହୁ କହୁ କହି ଦେଇଥିବାରୁ ଦଳ ଭିତରେ ଅସନ୍ତୋଷ ବଢିଥିଲା । ପରେ ଗଣମାଧ୍ୟମ ଜରିଆରେ ବିଧାୟକ ଓ ଦଳୀୟ କର୍ମୀଙ୍କୁ ବ୍ଲକ ଅଧ୍ୟକ୍ଷା କ୍ଷମା ପ୍ରାର୍ଥନା କରିଛନ୍ତି ।

ସୂଚନା ଅନୁଯାୟୀ, ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ବାନ୍ଧବୀ ସୋମାଲିକା ଦାଶ ପ୍ରେମ ଓ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡିକୁ ଟାର୍ଗେଟ କରିଛି । ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏସପିଙ୍କୁ ଭେଟି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏଥିରେ ଚିହିଁକି ଉଠିଥିଲା ଶାସକ ବିଜୁ ଜନତା ଦଳ । ବିଜୁ ଛାତ୍ର ଜନତା ଦଳ ବିରୋଧୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଥିଲା ।

ଏହା ବି ପଢନ୍ତୁ...Tirtol MLA Marriage Controversy: ଅଜଣା କଲରୁ ସୋମାଲିକାଙ୍କୁ ବୁଝାମଣା ପାଇଁ ପଡୁଛି ଚାପ

ଏହାପରେ ବିଧାୟକଙ୍କ ସପକ୍ଷରେ ବାହାରିଥିଲା ବିଜୁ ମହିଳା ଜନତା ଦଳ । ଫେବୃଆରୀ 23 ତାରିଖରେ ନିରପେକ୍ଷ ତଦନ୍ତ ଦାବି କରି ରଘୁନାଥପୁର ବ୍ଲକରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଏଥିରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବ୍ଲକ ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଲକ୍ଷ୍ମପ୍ରିୟା ବେହେରା ବିଧାୟକଙ୍କ ବିରୋଧରେ ସମସ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି କହିପକେଇ ଥିଲେ । ଏହାପରେ ଦଳ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଅଧ୍ୟକ୍ଷାଙ୍କ ଉପରେ ଖପ୍ପା ହୋଇଥିଲେ ଦଳୀୟ କର୍ମକର୍ତ୍ତା । ଏହି ଭିଡିଓ ଭାଇରାଲ ହେବା ପରେ ବିଧାୟକଙ୍କ ସମେତ ଦଳୀୟ କର୍ମୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ଲକ ଅଧ୍ୟକ୍ଷା । ମାନସିକ ଅବସ୍ଥା ଭଲ ନଥିବାରୁ ଭୁଲରେ କହି ଦେଇଥିବା କହିଛନ୍ତି ବିଜେଡି ନେତ୍ରୀ ଲକ୍ଷ୍ମପ୍ରିୟା ବେହେରା ।

ପ୍ରକାଶଥାଉ କି, ବିଧାୟକ ବିଜୟ ଶଙ୍କରଙ୍କ ନାମରେ ବାନ୍ଧବୀ ସୋମାଲିକା ଦାଶ ପ୍ରତାରଣା ଅଭିଯୋଗ ଆଣିଛନ୍ତି । ଏହାପରେ ଦିନକୁ ଦିନ ବିଧାୟକଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି । କିଛି ଦିନ ତଳେ ମାମଲା ରଫାଦଫା କରିବା ପାଇଁ ବିଧାୟକ ନିକଟ ଲୋକଙ୍କ ଦ୍ବାରା ସୋମାଲିକାଙ୍କୁ ଧମକ ଦେବା ପାଇଁ ଫୋନ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.