ETV Bharat / state

7 ତାରିଖ ଯାଏଁ ପୁରୁଣାବସନ୍ତ ପଞ୍ଚାୟତ ସଟଡାଉନ ଘୋଷଣା

author img

By

Published : Aug 6, 2020, 9:40 AM IST

ପୁରୁଣାବସନ୍ତ ପଞ୍ଚାୟତକୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ବନ୍ଦନା ମହାନ୍ତି।

ପୁରୁଣାବସନ୍ତ ପଞ୍ଚାୟତକୁ ଆସନ୍ତା7 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ଜଗତସିଂହପୁର:ଜିଲ୍ଲା ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତକୁ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ବନ୍ଦନା ମହାନ୍ତି। ସୂଚନାନୁଯାୟୀ, ସେହି ପଞ୍ଚାୟତର ଆନନ୍ଦପୁର ଗ୍ରାମର ଜୈନିକ ବ୍ୟକ୍ତି କଟକ ଏସିବିରେ ଚିକିତ୍ସିତ ହେବା ସମୟରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କ ପାଖରେ ଥିବା ପତ୍ନୀ ଘରକୁ ଫେରି ହୋମ କ୍ବାରେଣ୍ଟାଇନରେ ରହିଥିଲେ। ତାଙ୍କ ଠାରେ କୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ସ୍ବାବ ଟେଷ୍ଟ କରିଥିଲେ ।

ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସେହି ମହିଳା ଜଣକ ସେହି ଗ୍ରାମର 80 ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ଚିହ୍ନଟ କରାଯାଇ ସ୍ବାବ ପରୀକ୍ଷା ପାଇଁ ପଠା ଯାଇଥିଲା।

ତେବେ ସେମାନଙ୍କ ମଧ୍ୟରୁ 12 ଜଣଙ୍କ ସ୍ବାବ ନମୁନା ପଜିଟିଭ ଆସିଛି। ସେହି 12 ଜଣ ପୁଣି26 ଜଣଙ୍କ କଣ୍ଟାକ୍ଟରେ ଆସିଥିବା ଜଣା ପଡିବା ପରେ ସେଠାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ସରପଞ୍ଚ ବନ୍ଦନା ମହାନ୍ତି ଆସନ୍ତା7 ତାରିଖ ପର୍ଯ୍ୟନ୍ତ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.