ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ଆଜି ଜନ ଶୁଣାଣି ଅନୁଷ୍ଠିତ ହେଉଛି । ପୂର୍ବାହ୍ନ ୧୧ଟାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ଗଠିତ ୫ ଜଣିଆ ଟିମ ଢ଼ିଙ୍କିଆରେ ପହଞ୍ଚିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୂର୍ବରୁ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ବିସ୍ଥାପିତ ଗ୍ରାମବାସୀ ଉପସ୍ଥିତ ଥିଲେ । ଜନ ଶୁଣାଣି ସ୍ଥାନକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ହାଇକୋର୍ଟ ଟିମ ସହ ଗ୍ରାମବାସୀଙ୍କ ଭେଟକୁ ସପକ୍ଷବାଦୀଙ୍କ ବିରୋଧ
ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଅଞ୍ଚଳରେ ଜମି ଅଧିଗ୍ରହଣ, ପାନବରଜ ଅଧିଗ୍ରହଣ, ବିସ୍ତାପିତଙ୍କୁ କ୍ଷତିପୂରଣ କାର୍ଯ୍ୟ ଚାଲୁ ରହିଥିବାବେଳେ, ପରିବେଶ ମଞ୍ଜୁରୀ ନେଇ କେଁ ରହିଛି । ତେବେ ଖୁବଶୀଘ୍ର ପ୍ରକଳ୍ପର ଭବିଷ୍ୟତ ଓ ଆଗାମୀ କାର୍ଯ୍ୟ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ