ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ସ୍ଥାୟୀ ନିଯୁକ୍ତି ଦାବିରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ପାରା ମେଡିକାଲ ଷ୍ଟାଫ ଆସୋସିଏସନ । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Dec 29, 2020, 7:21 PM IST

Updated : Dec 30, 2020, 4:35 PM IST

ଜଗତସିଂହପୁର: ଜିଲ୍ଲାରେ ପାରା ମେଡିକାଲ ଷ୍ଟାଫ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ପାରା ମେଡିକାଲ ଷ୍ଟାଫ୍ ଆସୋସିଏସନ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ।

ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ପାରା ମେଡିକାଲ ଷ୍ଟାଫ୍ ଆଜି(ମଙ୍ଗଳବାର) ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିରେ ଆସୋସିଏସନ ପକ୍ଷରୁ ଏହି ଧାରଣା ଦିଆଯାଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର 2020 ମାର୍ଚ୍ଚ ମାସରେ ତାଙ୍କୁ ନିଯୁକ୍ତି ଦେଇଥିଲେ । 9 ମାସ କାମ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର 31 ରେ ତାଙ୍କୁ ଚାକିରୀରୁ ଛଟେଇ କରିବାକୁ କୁହାଯାଇଛି । କିନ୍ତୁ ଚାକିରୀ ଛାଡିବାକୁ ନାରାଜ ପାରା ମେଡିକାଲ ଷ୍ଟାଫ୍ ।

ଯେମିତି ବି ହେଉ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । କୋଭିଡ ସମୟରେ କରୋନା ଯୋଦ୍ଧା ବୋଲି ଘୋଷଣା କରି ଆଜି ଚାକିରୀରୁ ଛଟେଇ କରିବା କିଭଳି ସମ୍ମାନ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 30, 2020, 4:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.