ETV Bharat / state

ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ - paradip port chairman

ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ । ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଏବଂ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନ ଯୋଗୁଁ ସମ୍ଭବପର ହୋଇଥିବା କହିଛନ୍ତି । ଅଧିକ ପଢନ୍ତୁ...

ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : Jul 4, 2020, 9:07 PM IST

ଜଗତସିଂହପୁର: ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ । ସାରା ବିଶ୍ବରେ ମହାମାରୀ କୋରୋନା ପ୍ରଭାବରେ ବ୍ୟବସାୟ, ରପ୍ତାନୀ ଓ ଆମଦାନୀ କ୍ଷେତ୍ରରେ ମନ୍ଦାବସ୍ଥା ଲାଗିଛି । କିନ୍ତୁ ଏ ଭଳି ସମୟରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ରାଜ୍ୟର ଏହି ସର୍ବପୁରାତନ ବନ୍ଦର । ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

ସାରା ବିଶ୍ବରେ କୋଭିଡ୍‌-୧୯ ପ୍ରଭାବରେ ବ୍ୟବସାୟ, ରପ୍ତାନୀ ଓ ଆମଦାନୀ କ୍ଷେତ୍ରରେ ପ୍ରଭାବ ପଡିଥିବା ବେଳେ ପାରାଦୀପ ବନ୍ଦର ଉପରେ କୌଣସି ପ୍ରଭାବ ପଡିନାହିଁ । ଏଭଳି ପରିସ୍ଥିତିରେ ୨୫.୭୩ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଏହି ବରିଳ କୃତିତ୍ବ ହାସଲ କରିଛି । ଦେଶର ବୃହତ ବନ୍ଦର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି । ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏବଂ ସଚିବ ସଞ୍ଜୀବ ରଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନ ଯୋଗୁଁ ସମ୍ଭବପର ହୋଇପାରିଥିବା କହିଛନ୍ତି ଏବଂ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସେହିପରି ଏହି ବନ୍ଦରରର ସଫଳତା ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ପ୍ରତ୍ୟେକ ବନ୍ଦର କର୍ମଚାରୀ, ଶ୍ରମିକ ସଂଘ, ଆମଦାନୀ ରପ୍ତାନୀକାରୀ ସଂସ୍ଥା, ଜାହାଜ ଏଜେଣ୍ଟ ଓ ଷ୍ଟିଭେଡୋର୍ସ ମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ୯୦ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବା ପାଇଁ ପାରାଦୀପ ବନ୍ଦର ଲକ୍ଷ ରଖିଛି ବୋଲି ବନ୍ଦର ଅଧ୍ୟକ୍ଷ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.