ETV Bharat / state

ଘରୋଇ ବିଦ୍ୟାଳୟ ମହାସଂଘର ୬ ଦଫା ଦାବି - ସାମ୍ବାଦିକ ସମ୍ମିଳନୀ

ମହାମାରୀ କୋରୋନା ଯୋଗୁଁ ୧୭ ମାସ ହେଲା ଘରୋଇ ବିଦ୍ୟାଳୟ ଗୁଡି଼କ ବନ୍ଦ ରହିଛି ଯାହାଦ୍ବାରା ବିଦ୍ୟାଳୟ ଗୁଡ଼ିକ ଆର୍ଥିକ କ୍ଷତି ସହୁଛନ୍ତି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ୬ ଦଫା ଦାବି ଉପସ୍ଥାପନ କରିଛି ଘରୋଇ ବିଦ୍ୟାଳୟ ମହାସଂଘ । ଅଧିକ ପଢ଼ନ୍ତୁ...

press conference in Kujang, State Private Schools Federation, demands of private school, ଘରୋଇ ବିଦ୍ୟାଳୟ ମହାସଂଘର ୬ ଦଫା ଦାବି, ସାମ୍ବାଦିକ ସମ୍ମିଳନୀ, କୁଜଙ୍ଗ ଠାରେ ସାମ୍ବାଦିକ ସମ୍ମିଳନୀ
ଘରୋଇ ବିଦ୍ୟାଳୟ ମହାସଂଘର ୬ ଦଫା ଦାବି
author img

By

Published : Jul 17, 2021, 10:56 PM IST

ଜଗତସିଂହପୁର: ୬ ଦଫା ଦାବିକୁ ନେଇ ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘ ପକ୍ଷରୁ କୁଜଙ୍ଗ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କୋରୋନା ଯୋଗୁଁ ୧୭ ମାସ ହେଲା ବିଦ୍ୟାଳୟ ଗୁଡି଼କ ବନ୍ଦ ରହିଛି ଯାହାଦ୍ବାରା ଘରୋଇ ବିଦ୍ୟାଳୟ ଗୁଡିକ ଘୋର ଆର୍ଥିକ ଅନଟନରେ ଗତି କରୁଛନ୍ତି।

ଘରୋଇ ବିଦ୍ୟାଳୟ ମହାସଂଘର ୬ ଦଫା ଦାବି

ଏହି ମହାମାରୀ ସମୟରେ ଘରୋଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଦାବି କରିଛି ସଂଘ। ୬ ଦଫା ଦାବିରେ ମୁଖ୍ୟତଃ ଘରୋଇ ସ୍କୁଲକୁ MSME ମାଧ୍ୟମରେ ଅନ୍ତର୍ଭୁକ୍ତ କରି ବ୍ୟାଙ୍କ ଋଣ ଯୋଗାଇବା, ସରକାରୀ ସ୍ବୀକୃତିକୁ ବଢାଇବା, ଘରୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ କରିବା ସହିତ ସୁବିଧା ସୁଯୋଗ ଯୋଗାଇ ଦେବା, ସ୍କୁଲକୁ ସରକାରୀ ବହି ଯୋଗାଇବା ଆଦି ଦାବି ରହିଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ନନେଇ ସରକାରୀ ସ୍କୁଲରେ ନାମ ଲେଖାକୁ ସମ୍ପୁର୍ଣ୍ଣ ବନ୍ଦ କରିବା। ଏହାଦ୍ବାରା ପିଲାମାନେ ଘରୋଇ ସ୍କୁଲର ବକେୟା ପାଉଣା ନଦେଇ ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି । ଫଳରେ ଘରୋଇ ସ୍କୁଲ ଗୁଡ଼ିକ ଆର୍ଥିକ କ୍ଷତି ସହୁଛନ୍ତି। ଯଦି ତୁରନ୍ତ ଏ ସମ୍ପର୍କରେ ରାଜ୍ୟ ସରକାର ପଦକ୍ଷେପ ନନେବେ ତେବେ ଅଦାଲତର ଆଶ୍ରୟ ନେବାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘ।

ଜଗତିସଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.