ETV Bharat / state

ପୁଣି ଜନନୀ ଯନ୍ତ୍ରଣା, ଟ୍ରଲିରେ ପ୍ରସବ କଲେ ମହିଳା - Poor Medical Services

Pregnant Woman gives birth on Pushcart: ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ଡାକ୍ତରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ ରହୁଥିବା ଜଣେ ପ୍ରସୂତି ମହିଳାଙ୍କ ଟ୍ରଲି ଉପରେ ପ୍ରସବ । ଅଧିକ ପଢନ୍ତୁ

ଜନନୀ ସୁରକ୍ଷାର କରୁଣ ଚିତ୍ର, ଟ୍ରଲିରେ ପ୍ରସବ କଲେ ମହିଳା

author img

By ETV Bharat Odisha Team

Published : Jan 8, 2024, 7:31 PM IST

ଜନନୀ ସୁରକ୍ଷାର କରୁଣ ଚିତ୍ର, ଟ୍ରଲିରେ ପ୍ରସବ କଲେ ମହିଳା

ପାରାଦ୍ବୀପ: ସାଧାରଣ ଜନତାଙ୍କ ପାଇଁ ରାଜ୍ୟ ସରକାର ତିଆରି କରିଛନ୍ତି ମାଳ ମାଳ ଯୋଜନା । ହେଲେ ଏ ସରକାରୀ ଯୋଜନା ଲୋକଙ୍କ ପାଖେ ଏବେ ବି ଅପହଞ୍ଚ । ସର୍ବଦା ମା’ ମାନଙ୍କ ପାଇଁ ବଡ଼ ବଡ଼ କଥା କହୁଥିବା ରାଜ୍ୟ ସରକାର ନିଜ କାମରେ ହୋଇଛନ୍ତି ବିଫଳ । ଜନନୀ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ସରକାର ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବାରେ ହୋଇଛନ୍ତି ଫେଲ୍ ।

ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ଡାକ୍ତରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ । ଆମ୍ବୁଲାନ୍ସ ନ ଆସିବାରୁ ଟ୍ରଲି ଉପରେ ପ୍ରସବ କରିଛନ୍ତି ମହିଳା । ପାରାଦ୍ବୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ ରହୁଥିବା ଜଣେ ପ୍ରସୂତି ମହିଳାଙ୍କ ଆଜି ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରସବ ସମୟ ପାଖେଇ ଆସିବା ବେଳେ ପରିବାର ଲୋକ ସ୍ଥାନୀୟ ପୋର୍ଟ ହସ୍ପିଟାଲ କୁ ଆମ୍ବୁଲାନ୍ସ ଆଣିବା ପାଇଁ ଫୋନ କରିଥିଲେ ମାତ୍ର ଆମ୍ବୁଲାନ୍ସ ପହଞ୍ଚି ନଥିଲା ।

ଏହା ମଧ୍ୟ ପଢନ୍ତୁ ... କଟକ-ଚାନ୍ଦବାଲି ରାସ୍ତା ଦୁର୍ଘଟଣା ଆହତମାନେ ଏସସିବିରେ ହେଉଛନ୍ତି ସୁସ୍ଥ

ମହିଳାଙ୍କ ପ୍ରସବ ଯନ୍ତ୍ରଣା ପ୍ରବଳ ହେବାରୁ ପରିବାର ଲୋକେ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ଦୀର୍ଘ ୪ ଘଣ୍ଟା ଧରି ଆମ୍ବୁଲାନ୍ସ ନ ଆସିବାରୁ ରୁ ବାଧ୍ୟହୋଇ ପରିବାର ଲୋକେ ବସ୍ତିରେ ଥିବା ଏକ ଟ୍ରଲି ଆଣି ପ୍ରସୂତି ମହିଳାଙ୍କୁ ମେଡ଼ିକାଲ ନେବାକୁ ବ୍ୟବସ୍ଥା କରିଥିଲେ । ଟ୍ରଲିରେ ପକାଇ ମହିଳାଙ୍କୁ ମେଡ଼ିକାଲ ଆଣିବା ବାଟରେ ନୂଆ ବଜାର ଛକରେ ତାଙ୍କର ପୀଡା ଚରମସୀମାରେ ପହଞ୍ଚିଥିଲା । ସେହି ସମୟରେ ଅସହାୟ ମହିଳାଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକ ।

ଟ୍ରଲି ଉପରେ ହିଁ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରବର୍ତ୍ତୀ ସମୟରେ ସୂଚନା ପାଇ ପୋର୍ଟ ହସ୍ପିଟାଲର ଆମ୍ବୁଲାନ୍ସ ଆସି ଉଭୟ ମା ଓ ଶିଶୁ କୁ ହସ୍ପିଟାଲକୁ ନେଇ ଯାଇଥିଲା । ଏହି ଘଟଣାକୁ ନେଇ ପାରାଦ୍ବୀପ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଜନନୀ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସାଧାରଣ ବସ୍ତି ବାସିନ୍ଦା ମାନଙ୍କୁ ଆମ୍ବୁଲାନ୍ସ ଟିଏ ମଧ୍ୟ ମିଳିପାରୁନାହିଁ । ପ୍ରସୂତି ମହିଳା ମାନଙ୍କ ପାଇଁ କରାଯାଇଥିବା ଯୋଜନା କାହାପାଇଁ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.