ETV Bharat / state

ଆଳୁ-ପିଆଜ ଦର ଆକାଶ ଛୁଆଁ, କାନ୍ଦୁଛନ୍ତି ଖାଉଟି - ଖୁଚୁରା ଦୋକାନରେ ଦର ବୃଦ୍ଧି

ଜିଲ୍ଲାରେ ବିଭିନ୍ନ ଆଳୁ, ପିଆଜ ଗୋଦାମରେ ଦର ବୃଦ୍ଧି ଯୋଗୁଁ ଖୁଚୁରା ଦୋକାନରେ ଆଳୁ କିଲୋ ପ୍ରତି 40 ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜ କିଲୋପ୍ରତି 50 ରୁ 60 ଟଙ୍କା ଦରରେ ବିକ୍ରି ହେଉଛି ।

Potato and onion price hike, Consumer dissatisfied in jagatsinghpur
ଜିଲ୍ଲାରେ ଆଳୁ-ପିଆଜ ଦର ଆକାଶ ଛୁଆଁ, ଖାଉଟିଙ୍କୁ କନ୍ଦାଉଛି ପିଆଜ
author img

By

Published : Sep 26, 2020, 9:19 PM IST

ଜଗତସିଂହପୁର: ଜିଲ୍ଲାରେ ଆକାଶ ଛୁଆଁ ହୋଇଛି ପରିବା ଦର । ଜିଲ୍ଲାରେ ବିଭିନ୍ନ ଆଳୁ, ପିଆଜ ଗୋଦାମରେ ଦର ବୃଦ୍ଧି ଯୋଗୁଁ ଖୁଚୁରା ଦୋକାନରେ ଆଳୁ କିଲୋ ପ୍ରତି 40 ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜ କିଲୋପ୍ରତି 50 ରୁ 60 ଟଙ୍କା ଦରରେ ବିକ୍ରି ହେଉଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ଜିଲ୍ଲାରେ ଆଳୁ-ପିଆଜ ଦର ଆକାଶ ଛୁଆଁ, ଖାଉଟିଙ୍କୁ କନ୍ଦାଉଛି ପିଆଜ

ଜିଲ୍ଲାର ପ୍ରମୁଖ ସାପ୍ତାହିକ ସୋମନାଥ ହାଟ, ରାହମା ହାଟ ଓ କୁଜଙ୍ଗ ହାଟରେ ଆଳୁ ପିଆଜ ମୂଲ୍ୟ ବୃଦ୍ଧି ପାଇଛି । 2 କିଲୋ ଆଳୁ ଓ ଏକ କିଲୋ ପିଆଜ ନେଉଥିବା ଖାଉଟି ବର୍ତ୍ତମାନ 250 ଗ୍ରାମ ବାଧ୍ୟ ହୋଇ ନେଉଥିବା କହିଛନ୍ତି । ଅନ୍ୟ ପକ୍ଷରେ ପରିବା ଦର ଆକାଶ ଛୁଆଁ ଥିବାବେଳେ, ଆଳୁ ତାର ଚାହିଦା ମେଣ୍ଟାଉ ଥିଲା। ଏବେ ଆଳୁ ଦର 40ରେ ପହଞ୍ଚିବା ପରେ ଗ୍ରାହକଙ୍କ ପକେଟ ଉପରେ ଅଧିକା ବୋଝ ପଡିଛି ।

ପଶ୍ଚିମବଙ୍ଗରୁ ଆଳୁ ଓ ନାସିକରୁ ପିଆଜ ରପ୍ତାନୀରେ ବାଧା ସୃଷ୍ଟି ହେବା କାରଣରୁ ଦର ବୃଦ୍ଧି ହେଉଥିବା କହିଛନ୍ତି ପଶ୍ଚିମବଙ୍ଗରୁ ଜଗତସିଂହପୁର ଆଣୁଥିବା ବ୍ୟବସାୟୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.