ETV Bharat / state

Panchayat Poll: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ - ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ଜଗତସିଂହପୁର ପ୍ରଶାସନର ପ୍ରସ୍ତୁତି

ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସମସ୍ତ ପୁଲିଙ୍ଗ ପାର୍ଟିକୁ ବିଭିନ୍ନ ବୁଥକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ

ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ଜଗତସିଂହପୁର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ

author img

By

Published : Feb 17, 2022, 8:19 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସମସ୍ତ ପୁଲିଙ୍ଗ ପାର୍ଟିକୁ ବିଭିନ୍ନ ବୁଥକୁ ପଠାଇ ଦିଆଯାଇଛି । ଜଗତସିଂହପୁର ସଦର ବ୍ଲକର 30ଟି ପଞ୍ଚାୟତରେ 487ଟି ବୁଥ କରା ଯାଇଥିବା ବେଳେ ଆସନ୍ତାକାଲି 1ଲକ୍ଷ 21 ହଜାର 130 ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ଜଗତସିଂହପୁର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ

ତେବେ ଜଗତସିଂହପୁର ବ୍ଲକରେ 30 ପଞ୍ଚାୟତ ସମେତ 4ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେହିପରି 4ଟି ଜିଲ୍ଲା ପରିଷଦ ଜୋନ ପାଇଁ 16ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ 30ଟି ସରପଞ୍ଚ ପଦ ପାଇଁ 131 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିଭଳି 30ଟି ସମିତି ସଭ୍ୟ ପଦ ପାଇଁ 102 ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ 487ଟି ୱାର୍ଡ ମେମ୍ବର ପଦ ଲାଗି 902 ଜଣ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ଜଗତସିଂହପୁର ବ୍ଲକରେ ମୋଟ 487ଟି ବୁଥ ମଧ୍ୟରୁ 62ଟି ବୁଥ ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି । ତେବେ ଦ୍ବୀତୀୟ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ସରିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚାନା ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.