ETV Bharat / state

ବାହୁଡା ଯାତ୍ରାକୁ ନେଇ ପୋଲିସ-ଗ୍ରାମବାସୀ ମୁହାଁମୁହିଁ - ଗ୍ରାମବାସୀ

ବାଲିକୁଦା ବ୍ଲକସ୍ଥିତ ପ୍ରାଚୀନ ଖମ୍ବାକୂଳ ମଠରେ ବାହୁଡା ଯାତ୍ରାକୁ ନେଇ ଦେଖା ଦେଇଛି ବିବାଦ । ମଠ ସମ୍ପତ୍ତି ବିବାଦକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jul 13, 2019, 1:07 AM IST

ଜଗତସିଂହପୁର: ବାଲିକୁଦା ବ୍ଲକସ୍ଥିତ ପ୍ରାଚୀନ ଖମ୍ବାକୂଳ ମଠରେ ବାହୁଡା ଯାତ୍ରାକୁ ନେଇ ଦେଖା ଦେଇଛି ବିବାଦ । ମଠ ସମ୍ପତ୍ତି ବିବାଦକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ । ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଦୁର୍ବୃତ୍ତ ରାତି ପ୍ରାୟ 10ଟା ସମୟରେ ମହନ୍ତଙ୍କ ରୋଷେଇଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ମଠ ସମ୍ପତିକୁ ନେଇ ଦୀର୍ଘ ଦିନ ହେବ ମଠରେ ଥିବା ମହନ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ କୋର୍ଟରେ ମାମଲା ବିଚରାଧିନ ଥିବା ବେଳେ 2 ମାସ ତଳେ ମହନ୍ତଙ୍କ ସପକ୍ଷରେ କୋର୍ଟ ରାୟ ଶୁଣାଇଥିଲେ । ଯାହାକୁ ନେଇ ଅଧିକ ଉଗ୍ର ହୋଇ ଉଠିଥିଲେ ଗ୍ରାମବାସୀ । ଏପରି ସ୍ଥିତିରେ ବାହୁଡା ଯାତ୍ରା ସମୟରେ ପୋଲିସ ସହୟତାରେ ମହନ୍ତ ରଥ ଉପରେ ଚଢିଥିବାରୁ କିଛି ମହିଳା ଏହାକୁ ବିରୋଧ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ମହନ୍ତ ମଠରେ ଥିବା କୋଟି କୋଟି ସମ୍ପତ୍ତିକୁ ହଡପ କରିଛନ୍ତି । ତେଣୁ ରଥରେ ମହନ୍ତଙ୍କ ଉପସ୍ଥିତିକୁ ବିରୋଧ କରି ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା ମଧ୍ୟ କରିଥିଲା । ହେଲେ କୋର୍ଟର ରାୟ ଓ ଗ୍ରାମବାସୀଙ୍କ ଅଭିଯୋଗ ମଝିରେ ଏବେ ପେଶି ହୋଇଯାଇଛି ପୋଲିସ ।

ଅନ୍ୟପଟେ କିଛି ଦୁର୍ବୃତ୍ତ ଘଟଣାରେ ଉଗ୍ର ହୋଇ ରାତି ପ୍ରାୟ 10ଟା ସମୟରେ ମହନ୍ତଙ୍କ ରୋଷେଇଘର ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍ ର ପ୍ରଚିନ ଖମ୍ବାକୁଳ ମଠରେ ବାହୁଡା ଯାତ୍ରା କୁ ନେଇ ଗ୍ରାମବାସୀ ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି, ସୂଚନା ଅନୁସାରେ ଖମ୍ବାକୁଳ ମଠର ମହନ୍ତ ଓ ଗ୍ରାମବାସୀ ଙ୍କ ମଧ୍ୟରେ ମଠ ସମ୍ପତି କୁ ନେଇ ପୁର୍ବ ରୁ ବିବାଦ ରହିଥିଲା। ଏମିତି ଏହି ମାମଲା କୋଟ୍ ରେ ବିଚାରାଧିନ ଥିଲା। ଗତ ୨ ମାସ ତଳେ ମାନ୍ୟବର କୋଟ୍ ମହନ୍ତ ଙ୍କ ସପଖ୍ୟରେ ରାୟ ପ୍ରଦନ କରିବା ପରେ ଆଜି ପୋଲିସ ସହାୟତାରେ ମହନ୍ତ ରଥ ଉପରକୁ ଯିବା ସମୟରେ ଗ୍ରାମର କେତେକ ମହିଳା ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଫଳରେ ପୋଲିସ ଓ ଗ୍ରାମବାସୀ ମଧ୍ୟରେ ଖଣ୍ଡ ଯୁଧ୍ୟ ଆରମ୍ଭ ହୋଇଥିଲା। ଗ୍ରମବାସୀ ଙ୍କ ଅଭିଯୋଗ ଯେ ମଠର ମହନ୍ତ କୋଟିକୋଟି ଟଙ୍କାର ମଠ ସମ୍ପତି କୁ ହଡପ କରି ନେଇଛନ୍ତି। ଏହାକୁ ନେଇ ପୋଲିସ ଅକଳରେ ପଡିଛି। ଗୋଟେପଟେ କୋଟ୍ ଙ୍କ ରାୟ ଓ ଅନ୍ୟପଟେ ଗ୍ରାମବାସୀ ଙ୍କ ଅଭିଯୋଗ, ଏହି ସମ୍ପର୍କରେ ପୋଲିସ ର ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ସେସ ଖବର ସୁଧା କେତେକ ଦୂର୍ବୁତ୍ତ ରାତି ୧୦ ଟା ସମୟରେ ସଂଙ୍ଘବଧ ଭାବେ ମହନ୍ତ ଙ୍କ ରୋଷଘରେ ନିଆଁ ଲଗାଇ ଦେଇଥିବା ଖବର ମିଳିଛି।Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.