ଜଗତସିଂହପୁର: ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ପାଲ ଓରଫ ଡନ୍କୁ ଗତକାଲି ରାତିରେ ପୋଲିସ ଏନକାଉଣ୍ଟର କରିଛି । କୁଜଙ୍ଗ ଥାନା କଙ୍କଡଡିଆଁ ନିକଟରେ କାଲି ରାତି ୨ଟାରେ ଏହି ଏନକାଉଣ୍ଟର ହୋଇଛି । ଗୁରୁତର ଅବସ୍ଥାରେ ବିକ୍ରମକୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତି ୨ଟାରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ତାଙ୍କ ହାବୁଡରେ ପଡିଥିଲେ । ପୋଲିସକୁ ଦେଖି ଅପରାଧୀ ବିକ୍ରମ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସ ଏହାର ଜବାବରେ ଏନକାଉଣ୍ଟର କରିଥିଲା । ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମଙ୍କ ନାମରେ ରାହାଜାନୀ, ଦୁଷ୍କର୍ମ, ବୋମାମାଡ ଓ ଲୁଟ୍ ଭଳି ୪୦ରୁ ଅଧିକ ମାମଲା ରହିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ