ETV Bharat / state

SVMରେ ସ୍ନାତକୋତ୍ତର ଶିକ୍ଷା, 10 ବିଷୟରେ ପଢାଯିବ ପିଜି ପାଠ୍ୟକ୍ରମ

author img

By

Published : May 10, 2023, 11:29 AM IST

ଜଗତସିଂହପୁର ଜିଲ୍ଲା ଏସଭିଏମ କଲେଜରେ ଖୁବଶୀଘ୍ର ଆରମ୍ଭ ହେବ ପିଜି ପାଠ୍ୟକ୍ରମ । 10ଟି ବିଭାଗରେ ପିଜି ପାଠ୍ୟକ୍ରମ ପଢିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

SVM Autonomous College
SVMରେ ଖୋଲିଲା ସ୍ନାତକୋତ୍ତର ଶିକ୍ଷା
SVMରେ ଖୋଲିଲା ସ୍ନାତକୋତ୍ତର ଶିକ୍ଷା

ଜଗତସିଂହପୁର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଏସଭିଏମରେ ସ୍ନାତକୋତ୍ତର ଶିକ୍ଷା ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ 10ଟି ବିଭାଗରେ ପିଜି ପାଠ୍ୟକ୍ରମ ପଢିବେ ଛାତ୍ରଛାତ୍ରୀ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କଲେଜ ପକ୍ଷରୁ ସୂଚନା ଦିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କରି 10ଟି ବିଷୟରେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବାକୁ ଅନୁମତି ମିଳିଛି । ଏହାସହ ଯୁକ୍ତ 3ରେ ନୂଆ କରି ସମାଜିକ ବିଜ୍ଞାନ, ମନସ୍ତତ୍ତ୍ବ ବିଜ୍ଞାନ ଓ ଭୂଗୋଳ ସମ୍ମାନ ଶ୍ରେଣୀରେ 32ଟି ଲେଖାଏଁ ସିଟ ପାଇଁ ସ୍ବୀକୃତି ମିଳିଛି । ଫଳରେ କଲେଜରେ ଯୁକ୍ତ 3 ସିଟ ସଂଖ୍ୟା 256ରୁ 352ରୁ ବୃଦ୍ଧି ହୋଇଛି । ଏନେଇ କଲେଜ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମହାବିଦ୍ୟାଳୟକୁ ଏହି ସ୍ବୀକୃତି ମିଳିଥିବାକୁ କଲେଜ ଅଧ୍ୟକ୍ଷ ବିଜୟ କୁମାର ପାତ୍ର ଖୁସି ବ୍ୟକ୍ତ କରିଥିଲେ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ଅନୁମତି ଅନୁଯାୟୀ ଇଂରାଜୀ, ଇତିହାସ, ଅର୍ଥନୀତି, ରାଜନୀତି ବିଜ୍ଞାନ, ସଂସ୍କୃତ, ଓଡ଼ିଆ, ଦର୍ଶନ ଶାସ୍ତ୍ର, ଓ ସାମ୍ବାଦିକତା ଓ ଗଣ ଯୋଗାଯୋଗ, କର୍ପୋରେଟ ଆକାଉଣ୍ଟ୍ସ, ଫାଇନାନ୍ସ କଣ୍ଟ୍ରୋଲ, ଓ MBAMSC କମ୍ପୁଟର ସାଇନ୍ସ ଆଦି ଖୋଲାଯିବ । ଆସନ୍ତା ବର୍ଷ ଠାରୁ ଏଠାରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ପାଇଁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ସାଂସଦ ରାଜଶ୍ରୀ ମଲ୍ଲିକ 30 ଲକ୍ଷ ଲେଖାଏଁ ଅନୁଦାନ ପ୍ରଦାନ କରିଥିବା କଲେଜ ଅଧ୍ୟକ୍ଷ ବିଜୟ କୁମାର ପାତ୍ର ସୂଚନା ଦେଇଛନ୍ତି । ଖୁବଶୀଘ୍ର କାମ ଆରମ୍ଭ ହେବ ।

ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ''ଜଗତସିଂହପୁରବାସୀଙ୍କ ପାଇଁ ଏହା ସ୍ମରଣୀୟ ମୂହୁର୍ତ୍ତ । ଏସଭିଏମ କଲେଜ ଭଳି ଶିକ୍ଷାନୁଷ୍ଠାନ ସାରା ରାଜ୍ୟରେ ବିରଳ । ସ୍ନାତକୋତ୍ତର ବିଭାଗ ଖୋଲିବାର ଆବଶ୍ୟକତା ଥିଲା ଯାହା ଏବେ ପୂରଣ ହୋଇଛି । ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି ।''

ଜଗତସିଂହପୁର ଜିଲ୍ଲା ଏସଭିଏମରେ ପ୍ରଥମ କରି ପିଜି ପାଠ୍ୟକ୍ରମ ଆରମ୍ଭ ହେଉ ଥିବାରୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, କଲେଜ ପରିଚାଳନା କମିଟିର ସଭାପତି ଡାକ୍ତର କମଳ ପ୍ରସାଦ ମହାପାତ୍ର, ଓଡ଼ିଆ ବିଭାଗର ମୁଖ୍ୟ ଡକ୍ତର ଜ୍ୟୋତି ରଞ୍ଜନ ସାମଲ, ଯୁକ୍ତ 2 ଅଧ୍ୟକ୍ଷ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.