ETV Bharat / state

ଲୋକଙ୍କ ଉପରେ ଲାଗୁନି ଲଗାମ, ପ୍ରହସନ ପାଲଟିଛି ସଟଡାଉନ - ପ୍ରହସନ ପାଲଟିଛି ସଟଡାଉନ

ଜଗତସିଂହପୁରରେ ପଞ୍ଚମ ପର୍ଯ୍ୟାୟ ସଟଡାଉନ ଜାରି ରହିଛି, କିନ୍ତୁ ଲୋକେ କୋଭିଡ ନିୟମକୁ ଉଲ୍ଲଂଘନ କରିବା ସହ ଖୋଲାଖୋଲି ଭାବରେ ସହରରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଲୋକଙ୍କ ଉପରେ ଲାଗୁନି ଲଗାମ, ପ୍ରହସନ ପାଲଟିଛି ସଟଡାଉନ

author img

By

Published : Jul 5, 2020, 7:52 PM IST

ଜଗତସିଂହପୁର: ରାଜ୍ୟରେ ଦିନକୁ ଦିନ ମହାମାରୀ କୋରୋନାର ସ୍ଥିତି ଉତ୍କଟ ହେବାରେ ଲାଗିଛି । ଏପରିସ୍ଥିତିରେ ଜଗତସିଂହପୁର ଜିଲ୍ଲାରେ କୋରୋନା କଟକଣା ଏବେ ବାଟବଣା ହୋଇଥିବା ପରି ଜଣାପଡୁଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢୁଥିବାରୁ ରାଜ୍ୟ ସରକାର ଏହାକୁ ରେଡ଼ ଜୋନରେ ରଖିଛନ୍ତି । ଏହା ବ୍ୟତିତ ସଂକ୍ରମଣ ରୋକିବାକୁ ପ୍ରତ୍ୟେକ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଛି । ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ଜିଲ୍ଲା ପ୍ରଶାସନ କୋହଳ ମନୋଭାବ ପୋଷଣ କରୁଥିବା ସ୍ପଷ୍ଟ ହୋଇଛି ।

ଲୋକଙ୍କ ଉପରେ ଲାଗୁନି ଲଗାମ, ପ୍ରହସନ ପାଲଟିଛି ସଟଡାଉନ

ରବିବାର ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ସଟଡାଉନ ଜାରି ରହିଛି, କିନ୍ତୁ ଲୋକେ କୋଭିଡ ନିୟମକୁ ଉଲ୍ଲଂଘନ କରିବା ସହ ଖୋଲାଖୋଲି ଭାବରେ ସହରରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି ।

ସହରର ବିଭିନ୍ନ ଜନଗହଳିପୂର୍ଣ ଅଞ୍ଚଳରେ ଲୋକେ ଦଳଦଳ ହୋଇ ବୁଲୁଥିଲେ ବି ଆକଟ କରିବାକୁ ପୋଲିସ ବାବୁଙ୍କ ଦେଖା ନାହିଁ । ବିଭିନ୍ନ ସ୍ଥାନରେ ଲୋକେ ଚା' ଖଟି ମଧ୍ୟ ଜମାଉଥିବା ଦେଖିବାକୁ ମିଳୁଛି । ଦୋକାନ ବଜାର ବନ୍ଦ ରହୁଛି ସତ, କିନ୍ତୁ ଲୋକଙ୍କ ଉପରେ ଲଗାମ ନାହିଁ । ଥାନ ସାମ୍ନାରେ ମଧ୍ୟ ଗହଳି ବଢୁଛି । ପୋଲିସ ସବୁ ଦେଖି ନଦେଖିବା ପରି ଅଭିନୟ କରୁଥିବାବେଳେ ଏଭଳି ସଟଡାଉନ ପ୍ରଶାସନର ପ୍ରହସନ ପାଲଟିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ରହୁ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.