ETV Bharat / state

ଦେବୀ ନଦୀରେ ବଉଳା ଆତଙ୍କ, ଅଞ୍ଚଳବାସୀ ଆତଙ୍କିତ - ବଉଳା କୁମ୍ଭୀର ଦେଖି ଲୋକେ ଆତଙ୍କିତ

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖରଘାଟ ନିକଟ ଦେବୀ ନଦୀରେ ଆଜି(ଶନିବାର) ଏକ ବିରାଟ ବଉଳା କୁମ୍ଭୀର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଦେବୀନଦୀରେ ବିରାଟ ବଉଳା କୁମ୍ଭୀର, ସ୍ଥାନୀୟ ଲୋକେ ଆତଙ୍କିତ

author img

By

Published : May 29, 2021, 7:31 PM IST

ଜଗତସିଂହପୁର: ନାଉଗାଁ ବ୍ଲକ ଶିଖରଘାଟ ନିକଟ ଦେବୀ ନଦୀରେ ଆଜି(ଶନିବାର) ଏକ ବିରାଟ ବଉଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଦେବୀନଦୀରେ ବିରାଟ ବଉଳା କୁମ୍ଭୀର, ସ୍ଥାନୀୟ ଲୋକେ ଆତଙ୍କିତ

ସୂଚନା ଅନୁସାରେ ଆଜି ସକାଳେ ନାଉଗାଁ ଶିଖର ପୋଲ ନିକଟ ଦେବୀ ନଦୀରେ ବିରାଟ ବଉଳା କୁମ୍ଭୀର ପହଁରୁଥିବା ଦେଖିବାକୁ ମିଳିଥିଲା । ଲୋକେ ଏହାକୁ ଦେଖିବା ପରେ କୁଜଙ୍ଗ ବନ ଅଧିକାରୀଙ୍କୁ ଖବର ଦେଇଥିଲେ । ନାଉଗାଁ ଶିଖରରେ ପ୍ରବାହିତ ହେଉଥିବା ଦେବୀ ନଦୀକୁ କିପରି ବଉଳା କୁମ୍ଭୀରଟି ଆସିଲା ତାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ନଦୀରେ ଗାଧୋଇବା, ଶୌଚ ହେବା ଓ ଡଙ୍ଗାରେ ନଦୀ ପାର ନହେବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି । ନଦୀ କୂଳିଆ ଲୋକଙ୍କୁ ଗୃହ ପାଳିତ ପଶୁଙ୍କୁ ନଦୀ ଭିତରକୁ ଛାଡିବାକୁ ବାରଣ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.