ETV Bharat / state

ରାସ୍ତା ନିର୍ମାଣରେ ବିଳମ୍ବ, ମଙ୍ଗଳପୁର ଲୋକେ ହନ୍ତସନ୍ତ

author img

By ETV Bharat Odisha Team

Published : Oct 12, 2023, 12:35 PM IST

ଜଗତସିଂହପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ନେଇ ବିଳମ୍ବ । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

road construction work
road construction work
ମଙ୍ଗଳପୁର ଲୋକେ ହନ୍ତସନ୍ତ

ଜଗତସିଂହପୁର : ରାସ୍ତା ନିର୍ମାଣରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ । ଜଗତସିଂହପୁର ଜିଲ୍ଲାକୁ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାରି ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ରାସ୍ତା ନିର୍ମାଣ ପାଇଁ ବିସ୍ତାପନ ଆରମ୍ଭ ହୋଇଛି । ଜିଲ୍ଲାର ଦଳେଇ ଦେଇ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଏନେଇ ମଙ୍ଗଳପୁର ପର୍ଯ୍ୟନ୍ତ ପୁରୁଣା ରାସ୍ତାକୁ ଖୋଳି ଦିଆଯାଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ତେବେ ଜଗତସିଂହପୁର ସହର ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଯାନବାହନ ଚଳାଚଳ କରୁଛି । ଫଳରେ ପ୍ରବଳ ଧୂଳି ଉଡ଼ିବା ଯୋଗୁଁ ଲୋକେ ଆକ୍ତାମାକ୍ତା ହୋଇଯାଉଛନ୍ତି । ଧୂଳି ଏତେ ପ୍ରବଳ ମାତ୍ରାରେ ଉଡୁଛି ଯେ ଏକ ଗାଡ଼ି ଯିବାପରେ ଅନ୍ୟ ଗାଡି ଯିବା ପାଇଁ ରାସ୍ତା ଦେଖାଯାଉନାହିଁ । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ରାସ୍ତାକଡ଼ ଗ୍ରାମବାସୀ ମଧ୍ୟ ଧୂଳି ଉଡ଼ିବାକୁ ନେଇ ବାରମ୍ବାର ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ -ଅଧା ରାସ୍ତା ନିର୍ମାଣ କରି ଠିକାଧାର ଛୁ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ଏନେଇ ସ୍ଥାନୀୟ ଲୋକଙ୍କ କହିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣ ପାଇଁ ଆମେ ବିରୋଧ କରୁନାହୁଁ । କିନ୍ତୁ କାମ ନେଇଥିବା ଠିକା ସଂସ୍ଥା ଏକ ମାସରୁ ଅଧିକ ଦିନ ହେବ ରାସ୍ତାରେ ସିମେଣ୍ଟ ଓ ବାଲି ପକାଇ ଚାଲି ଯାଇଛି । ଫଳରେ ଗାଡ଼ ମଟର ଯିବା ଆସିବା ସମୟରେ ପ୍ରବଳ ଧୂଳି ଉଡ଼ୁଛି । ବାରମ୍ବାର କହିବା ସ୍ୱତ୍ତେ ମଧ୍ୟ ରାସ୍ତା ଉପରେ ପାଣି ପକାଯାଉନାହିଁ । ଯାହାକୁ ନେଇ ସମସ୍ୟା ସୃଷ୍ଟି ହେଉଛି । ପ୍ରବଳ ଧୂଳି ଯୋଗୁଁ ଦୋକାନୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଜଳଖିଆ ଦୋକାନଗୁଡିକ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ଗଲାଣି । ଯେଉଁମାନେ ରାସ୍ତା କଡରେ ସାଗମୁଗ ବିକ୍ରି କରି ପରିବାର ଚଳାଉଥିଲେ ସେମାନେ ଏବେ ଭୋକ ଉପାସରେ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ସେହିପରି ଧୂଳି ଯୋଗୁଁ ଶ୍ବାସ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି । ତେଣୁ ଜାତୀୟ ରାଜପଥ କତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.