ETV Bharat / state

ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ - ତାରପୁରରେ ରାସ୍ତା ପାଇଁ ରାସ୍ତା ଅବରୋଧ

ରାସ୍ତା ପାଇଁ ରାସ୍ତା ଅବରୋଧ । ପାଞ୍ଚୋଟି ପଡା ଗାଁର ଲୋକେ ଆଜି ତାରପୁର ଠାରେ କଟକ ଓ ପାରାଦ୍ବୀପ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ

road block for road in raghunathpur block of jagatsinghpur
ଜଗତସିଂପୁରରେ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ
author img

By

Published : Feb 2, 2022, 5:19 PM IST

ଜଗତସିଂହପୁର: ରାସ୍ତା ପାଇଁ ରାସ୍ତା ଅବରୋଧ । ପାଞ୍ଚୋଟି ପଡା ଗାଁର ଲୋକେ ଆଜି ତାରପୁର ଠାରେ କଟକ ଓ ପାରାଦ୍ବୀପ ରାସ୍ତା ଅବରୋଧ କରିଛନ୍ତି । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକର ତଅରା, କରଡ଼ା, ମୁଦୁଲି ସାହି, ପାଳସାହି, ମଳିକସାହି, ଜେନାପୁରର ଶତାଧିକ ଗ୍ରାମବାସୀ ଏକାଠି ହୋଇ ରାସ୍ତା ଅବରୋଧ କରିଛନ୍ତି ।

ଜଗତସିଂପୁରରେ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ

ସ୍ଵାଧୀନତାର 72 ବର୍ଷ ପରେ ବି ଏହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନିର୍ମାଣ ହୋଇ ପାରିଲା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଦାବି ଜଣାଇବା ପରେ ମଧ୍ୟ କୌଣଷି ସୁଫଳ ମିଳି ନଥିଲା । ଶେଷରେ ବାଧ୍ୟ ହୋଇ ଅଞ୍ଚଳବାସୀ ରାସ୍ତା ନିର୍ମାଣ ଦାବିରେ ଏହି ଅବରୋଧ କରିଛନ୍ତି ।

ସେହିପରି ସ୍ଥାନୀୟ ଲୋକେ 2014, 2016 ଓ 2021ରେ ଅନଶନରେ ବସିବା ସହ ରାସ୍ତା ନିର୍ମାଣ ପାଇଁ ଦାବି ମଧ୍ୟ ଜଣାଇଥିଲେ । ଏନେଇ ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣଷି କାର୍ଯ୍ୟକାରୀ କରି ନଥିଲା । ଫଳରେ ସ୍ଥାନୀୟ ଲୋକେ ଏହିଭଳି ପଦକ୍ଷେପ ନେଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କୁ ଯାଆସ କରିବା ଲାଗି ବିଭିନ୍ନ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି । ସେହିପରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ନେବା ଲାଗି ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ଦୀର୍ଘ ଦିନର ଏହି ଦାବି ପୂରଣ ନେହେବା ଫଳରେ ଏହି ଅଞ୍ଚଳର ଶତାଧିକ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.