ETV Bharat / state

ପାରାଦୀପ ପୋର୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ ଧମକ - ପାରାଦୀପ ପୋର୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ ଧମକ

ପାରାଦୀପ ବନ୍ଦର ମଧ୍ୟରେ କାର୍ଯ୍ୟରତ ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଗତ 25 ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ପାରାଦୀପ ପୋର୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ ଧମକ

author img

By

Published : May 19, 2022, 9:52 PM IST

ପାରାଦୀପ: ପାରାଦୀପ ବନ୍ଦର ମଧ୍ୟରେ କାର୍ଯ୍ୟରତ ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର ସଂଘ ପକ୍ଷରୁ ପାରିଶ୍ରମିକ ଓ ଅନ୍ୟାନ୍ୟ ଦାବିକୁ ନେଇ ଗତ 25 ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଛି । ଯାହାକୁ ନେଇ ପାରାଦୀପ ପୋର୍ଟରେ ୱାଗନ ସଫା ଠାରୁ ଆରମ୍ଭ କରି ପ୍ଲଟ ଓ ଗୋଦାମ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ପାରାଦୀପ ପୋର୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ଆନ୍ଦୋଳନ ଧମକ

ଆଜି(ଗୁରୁବାର) ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ପୋର୍ଟରେ କାର୍ଯ୍ୟରତ ପୋର୍ଟ ଆଣ୍ଡ ଡକ ମଜଦୁର ସଂଘର ସାଧାରଣ ସମ୍ପାଦକ ସନାତନ ବେହେରା କହିଛନ୍ତି ଯେ, ଗତ 30 ବର୍ଷ ଧରି ଏହି ଶ୍ରମିକମାନେ ପାରାଦୀପ ପୋର୍ଟରେ କାର୍ଯ୍ୟ କରି ଆସୁଛନ୍ତି । ହେଲେ ସେମାନଙ୍କୁ ପାରାଦୀପ ପୋର୍ଟ ଷ୍ଟିଭେଡ଼ର୍ଶ ଆସୋସିଏସନ ବହୁତ କମ ଦରମା ଦେବା ସହ କୌଣସି ଛୁଟି ପ୍ରଦାନ କରାଯାଉନଥିବା ବେଳେ ଏହି ଶ୍ରମିକଙ୍କୁ ମଧ୍ୟ ପୋର୍ଟ ପକ୍ଷରୁ ରହିବା ପାଇଁ ବାସଗୃହ ଯୋଗାଇ ଦିଆଯାଉ ନାହିଁ । ଫଳରେ ଏହି ଶ୍ରମିକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏସମ୍ପର୍କରେ ବନ୍ଦର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଏହି ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ଆଗାମୀ 24 ତାରିଖ ମଧ୍ୟରେ ଏହି ଦାବିକୁ ମାନି ନନିଅନ୍ତି, ତେବେ ଆସନ୍ତା 25 ତାରିଖରେ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି କୁହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.