ETV Bharat / state

୨୪ ଘଣ୍ଟାରେ ୨୭ଟି ଜାହାଜ ଚଳାଚଳ କରି ରେକର୍ଡ ସୃଷ୍ଟି କଲା ପାରାଦୀପରେ ବନ୍ଦର - record

ଦିନକ ଭିତରେ 27ଟି ଜାହାଜ ଚାଲିଲା । ଆଉ ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର । ଏହାର ଶ୍ରେୟ ବନ୍ଦର କର୍ତ୍ତୃପକ୍ଷ ଶ୍ରମିକ ଓ କର୍ମଚାରୀଙ୍କୁ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 28, 2019, 11:23 PM IST

ଜଗତସିଂହପୁର: ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର । ଗତକାଲି(ସୋମବାର) ୨୭ଟି ଓ ଆଜି (ମଙ୍ଗଳବାର) ରାତି ୮ ପର୍ଯ୍ୟନ୍ତ ୨୭ଟି ପଣ୍ୟବାହୀ ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି ପାରାଦୀପ ବନ୍ଦର । ସେଥିମଧ୍ୟରୁ ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୯ଟି ଜାହାଜ ବନ୍ଦର ପୋତାଶ୍ରୟରୁ ବାହାରକୁ ଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏହାସହିତ ଦିନ ତମାମ ବନ୍ଦର ପୋତାଶ୍ରୟ ମଧ୍ୟରେ ବିଭିନ୍ନ ପଣ୍ୟ କାରବାରରେ ୧୧ଟି ଜାହାଜକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ରେକର୍ଡର ଶ୍ରେୟ ବନ୍ଦର କର୍ତ୍ତୃପକ୍ଷ ବନ୍ଦରର ଶ୍ରମିକ ଓ କର୍ମଚାରୀଙ୍କୁ ଦେଇଛନ୍ତି ।

ଏହାବ୍ୟତୀତ ପାରାଦୀପ ବନ୍ଦର ଯେପରି ଭାବେ ସଫଳତା ପରେ ସଫଳତା ହାସଲ କରୁଛି ଏହା ନିଶ୍ଚିତ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ବନ୍ଦର ହେବ ବୋଲି ବନ୍ଦର ଉପସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ର କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.