ETV Bharat / state

ପାରାଦୀପ ବନ୍ଦରକୁ ସମ୍ମାନଜନକ MALA ପୁରସ୍କାର - ପାରଦୀପ ବନ୍ଦର ନ୍ୟୁଜ

ଦେଶର ଗଭୀରତମ ବନ୍ଦର ପାରାଦୀପ ବନ୍ଦରକୁ ଚଳିତ ବର୍ଷ ସମ୍ମାନ ଜନକ ମାଲା ଆୱାର୍ଡ (Maritime And Logistics Awards) ମିଳିଛି । ଅଧିକ ପଢନ୍ତୁ

Paradip Port receives MALA award
ପାରାଦୀପ ବନ୍ଦରକୁ ସମ୍ମାନଜନକ MALA ପୁରସ୍କାର
author img

By

Published : Nov 23, 2021, 7:38 PM IST

Updated : Nov 23, 2021, 8:35 PM IST

ଜଗତସିଂହପୁର: ଦେଶର ଗଭୀରତମ ବନ୍ଦର ପାରାଦୀପ ବନ୍ଦରକୁ ଚଳିତ ବର୍ଷ ସମ୍ମାନ ଜନକ ମାଲା ଆୱାର୍ଡ (Maritime And Logistics Awards) ମିଳିଛି । ଏହି ସମ୍ମାନଜନକ ପୁରସ୍କାର ପାରାଦ୍ବୀପ ବନ୍ଦର ସମେତ କୋଲକାତାର ଦୀନଦୟାଲ ଉପାଧ୍ୟାୟ ବନ୍ଦରକୁ ମଧ୍ୟ ପ୍ରଦାନ କରାଯାଇଛି ।

ପାରାଦୀପ ବନ୍ଦରକୁ ସମ୍ମାନଜନକ MALA ପୁରସ୍କାର

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରାଦ୍ବୀପ ବନ୍ଦର ଉପାଧ୍ୟକ୍ଷ ଏ କେ ବୋଷ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଆଜି (ମଙ୍ଗଳବାର) ସେ ପାରାଦୀପ ଫେରିବା ପରେ ପାରାଦୀପ ପ୍ରଶାସନିକ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବ ଭାରତର ନୌବାଣିଜ୍ୟ କ୍ଷେତ୍ରରେ ପାରାଦୀପ ବନ୍ଦର ଉଲ୍ଲେଖନୀୟ ସଫଳତା ହାସଲ କରି ଚାଲୁଥିବାରୁ ବନ୍ଦର ଅଧ୍ୟକ୍ଷ ଏହାର ଶ୍ରେୟ ସମସ୍ତ କର୍ମଚାରୀଙ୍କୁ ଦେଇଛନ୍ତି ।

MALA ବା ମେରୀ ଟାଇମ ଆଣ୍ଡ ଲଜିଷ୍ଟିକ ଆୱାର୍ଡ ଏକ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଦିଆଯାଇଥାଏ । ବନ୍ଦରର ଗଭୀରତା ନେଇ ଏହା ଚୟନ କରାଯାଇଥାଏ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 23, 2021, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.